Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଆଇଏଏସ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଓ ଅଭ୍ୟର୍ଥନା ଉତ୍ସବ
ଆଜିର ଖବର

ସୋଆ ଆଇଏଏସ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଓ ଅଭ୍ୟର୍ଥନା ଉତ୍ସବ

November 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସେସ୍‌ରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ତ୍ରିଦିବସୀୟ ବିଶେଷ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି।

ଚଳିତ ମାସ ୧୭, ୧୮ ଓ ୧୯ ତାରିଖ ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ଉତ୍ସବରେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି.କେ ନନ୍ଦ ଯୋଗ ଦେଇ ସମଗ୍ର ଭାରତବର୍ଷରେ ସୋଆ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନେ ଶିକ୍ଷା ମନସ୍କ ହେବାପାଇଁ ଉପଦେଶ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ ସେମାନଙ୍କ ଜୀବନର ପ୍ରତି ସୋପାନରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ ପ୍ରଫେସର ନନ୍ଦ।

ଶିକ୍ଷା ଯେ ଉନ୍ନତିର ମୂଳ ମନ୍ତ୍ର ଓ ଛାତ୍ରଛାତ୍ରୀମାନେ ହିଁ ଗୋଟାଏ ଜାତିର ଉନ୍ନତିର ମାନଦଣ୍ଡ ବୋଲି ଉତ୍ସବର ଅନ୍ୟତମ ଅତିଥି ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମତପୋଷଣ କରିଥିଲେ।

ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ଭାରତୀୟ କୃଷି ବିଜ୍ଞାନର ଇତିହାସ ଓ ବୈଜ୍ଞାନିକମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏ ଉତ୍ସବରେ ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।

ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏ କାର୍ଯ୍ୟକ୍ରମର ପ୍ରଥମ ଉତ୍ସବରେ ଡଃ ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ପରେ ମହାବିଦ୍ୟାଳୟର ପ୍ରତି ବିଭାଗର ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଯଥା ଡଃ ଦୀନବନ୍ଧୁ ଜେନା, ଡଃ ଅକ୍ଷୟ କୁମାର ବେହୁରା, ଡଃ ଅଜୟ ପଟ୍ଟନାୟକ, ଡଃ କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା, ଡଃ ଚୌଧୁରୀ ହର ପ୍ରସାଦ ମିଶ୍ର, ଡଃ ବିଜୟ କୁମାର ମିଶ୍ର, ଡଃ ସୁରେନ୍ଦ୍ର ନାୟକ, ଡଃ ନନ୍ଦିତା ଜେନା, ଡଃ ଆର୍‌. କେ. ରାଜ, ଓ ଡଃ ଏଚ୍‌.ଏନ୍‌. ଅତିବୁଦ୍ଧି ପ୍ରମୁଖ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଅଧିବେଶନକୁ ଡଃ ବିଶ୍ୱଜିତ ଲେଙ୍କା, ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ସୁଶ୍ରୀ ସୁପୂର୍ଣ୍ଣା, ଡକ୍ଟର ସୌମ୍ୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କାଜଲ ଶ୍ରୀଚନ୍ଦନ, ଡକ୍ଟର ସ୍ୱୟମ ସିଂହ, ଡକ୍ଟର ଭୁବନାନନ୍ଦ ଅଧିକାରୀ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଓ ଛତାବର ସ୍ଥିତ ଗବେଷଣା କ୍ଷେତ୍ର ପରିଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Latest News

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.