Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ, ଜାଣନ୍ତୁ କଣ ସବୁ ହେଲା
ଆଜିର ଖବର

ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ, ଜାଣନ୍ତୁ କଣ ସବୁ ହେଲା

January 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mukesh Ambani
ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ, ଜାଣନ୍ତୁ କଣ ସବୁ ହେଲା

ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବଇସ୍ଥିତ ଅମ୍ବାନୀ ନିବାସରେ ଅନୁଷ୍ଠିତ ହୋଇଥିଲା।

ଗୁଜରାଟି ହିନ୍ଦୁ ପରିବାରରେ ପିଢି ପରେ ପିଢି ପ୍ରଚଳିତ ହୋଇଆସୁଥିବା ଶହ ଶହବର୍ଷ ପୁରାତନ ଗୋଲ୍‍-ଧନା ଏବଂ ଚୁନରୀ ବିଧି ଆଦି ପରମ୍ପରା ସମାରୋହ ସ୍ଥଳ ଏବଂ ପରିବାରିକ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇଥିଲା। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଅନନ୍ତଙ୍କ ମା’ ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।

ଗୋଲ୍‍-ଧନାର ଅର୍ଥ ହେଉଛି ଗୁଡ ଏବଂ ଧନିଆ ମଞ୍ଜି, ଗୁଜରାଟୀ ପରମ୍ପରାରେ ଗୋଲ୍‍-ଧନା ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। କାର୍ଯ୍ୟକ୍ରମ ସମୟରେ ଏହି ବସ୍ତୁକୁ ବର ଘର ଲୋକଙ୍କୁ ବିତରଣ କରାଯାଏ। କନ୍ୟା ପକ୍ଷ ପରିବାର ବର ଘରକୁ ଉପହାର ଏବଂ ମିଠାଇ ଧରି ଆସନ୍ତି ଏବଂ ବର ଓ କନ୍ୟା ଉଭୟ ପରସ୍ପରକୁ ମୁଦି ପିନ୍ଧାନ୍ତି। ଏହାପରେ ବର ଓ କନ୍ୟା ସେମାନଙ୍କ ପରିବାରର ବୟସ୍କ ଲୋକଙ୍କ ନିକଟରୁ ଆଶୀର୍ବାଦ ନେଇଥାନ୍ତି।

ସନ୍ଧ୍ୟାରେ ନିର୍ବନ୍ଧ ଉତ୍ସବ ପାଇଁ ସର୍ବପ୍ରଥମେ ଅନନ୍ତଙ୍କ ଭଉଣୀ ଇଶା ଏବଂ ପରିବାରର ଅନ୍ୟ ସଦସ୍ୟଗଣ ରାଧିକାଙ୍କୁ ତାଙ୍କ ବାସଭବନକୁ ଯାଇ ଆମନ୍ତ୍ରିତ କରିଥିଲେ। ତତ୍‍ପରେ ଅମ୍ବାନୀ ପରିବାର ନିଜ ବାସଭବନରେ ଆରତୀ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପକ୍ଷଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ବର ଓ କନ୍ୟା ଯୋଡିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନେବାକୁ ସମୁଦାୟ ପରିବାର ଅନନ୍ତ ଓ ରାଧିକାଙ୍କ ସହିତ ମନ୍ଦିର ଯାଇଥିଲେ । ସେଠାରୁ ସମସ୍ତେ ଗଣେଶଙ୍କ ପୂଜା ନିମନ୍ତେ ସମାରୋହ ସ୍ଥଳକୁ ଯାଇଥିଲେ। ସେଠାରେ ଲଗ୍ନ ପଞ୍ଜିକା ପାଠ କରାଯାଇଥିଲା।

ଗୋଲ୍‍-ଧନା ଓ ଚୁନରୀ ବିଧି ସମ୍ପନ୍ନ ହେବାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏକ ଭବ୍ୟ ଏବଂ ଚମତ୍କାର ନୃତ୍ୟ କରାଯାଇଥିଲା। ଏହାକୁ ଉପସ୍ଥିତି ବ୍ୟକ୍ତି ବିଶେଷ ଭୂୟସୀ ପ୍ରଶଂସା କରିଥିଲେ।

ଭଉଣୀ ଇଶା ନିର୍ବନ୍ଧ ପର୍ବ ଆରମ୍ଭ ସମ୍ପର୍କରେ ଘୋଷଣା କରିବା ମାତ୍ରେ ଅନନ୍ତ ଏବଂ ରାଧିକା ନିଜ ପରିବାର ଓ ସାଙ୍ଗସାଥୀଙ୍କ ସମ୍ମୁଖରେ ପରସ୍ପର ପରସ୍କରକୁ ମୁଦି ପିନ୍ଧାଇ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ।

ଅନନ୍ତ ଏବଂ ରାଧିକା କିଛିବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି ଏବଂ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବ ରୀତି ନୀତିରେ ଉଭୟ ପରସ୍ପରର ଅଧିକ ନିକଟତର ହେବା ସୁଯୋଗ ପାଇଛନ୍ତି । ଉଭୟଙ୍କ ପରିବାର ରାଧିକା ଏବଂ ଅନନ୍ତଙ୍କ ପାଇଁ ସମସ୍ତଙ୍କ ନିକଟରୁ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି ।

ନୀତା ଓ ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଆମେରିକାସ୍ଥିତ ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଏବଂ ସେବେଠାରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବିଭିନ୍ନ କ୍ଷମତାରେ ସଂଯୁକ୍ତ ହୋଇ ରହିଛନ୍ତି । ସେ ଜିଓ ପ୍ଲାଟଫର୍ମସ୍‍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ବୋର୍ଡରେ ରହିଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି । ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି ଏବଂ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

ଅନନ୍ତ ଅମ୍ବାନି ନୀତା ଆମ୍ବାନୀ ମୁକେଶ ଆମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026

ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026
Latest News

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’

October 13, 2026

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.