Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି’- ଜଷ୍ଟିସ୍‌ ଡି.ପି. ଚୌଧୁରୀ
ଆଜିର ଖବର

‘ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି’- ଜଷ୍ଟିସ୍‌ ଡି.ପି. ଚୌଧୁରୀ

March 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଜ୍ଞ ଓ ଜାଗ୍ରତ ଖାଉଟି ନିଜ ଅଧିକାର ସମ୍ବନ୍ଧରେ ପୂର୍ଣ୍ଣ ସଚେତନ। ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି ବୋଲି ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, ଓଡ଼ିଶା, କଟକର ଅଧ୍ୟକ୍ଷ ଜଷ୍ଟିସ୍‌ ଡି.ପି. ଚୌଧୁରୀ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‌ ଚୌଧୁରୀ କହିଲେ ଯେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଏହାର ୩୧ଟି ଜିଲ୍ଲାସ୍ତରୀୟ ଶାଖା ଉପଭୋକ୍ତାମାନଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ସୁଚାରୁ ରୂପେ ସମ୍ପାଦନ କରି ଆସୁଛି। ସଂପ୍ରତି ଅନ୍‌ଲାଇନରେ ଅଭିଯୋଗ ଦାଖଲ କଲେ ମଧ୍ୟ ଏହାର ତ୍ୱରିତ ସମାଧାନ କରାଯାଉଛି ଓ ଉପଭୋକ୍ତାମାନଙ୍କୁ ହଇରାଣ ହେବାକୁ ପଡ଼ୁନାହିଁ।

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଖାଉଟିମାନଙ୍କୁ ଯେଉଁସବୁ ସୁବିଧାସୁଯୋଗ ପ୍ରଦାନ କରାଯାଉଛି, ସେମାନେ ସେସବୁ ସୁବିଧା ହାସଲ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଖାଉଟି ବିବାଦ ପ୍ରତିକାର ଆୟୋଗଗୁଡ଼ିକ ପରିସରରେ ଥିବା ଉପଭୋକ୍ତା ପରାମର୍ଶ କେନ୍ଦ୍ରଗୁଡ଼ିକ ସହ ଖାଉଟିମାନେ ଯୋଗାଯୋଗ କରିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଚୌଧୁରୀ ପ୍ରକାଶ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପଭୋକ୍ତା ଉପଦେଷ୍ଟା ପ୍ରଫେସର ବେଜୋନ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ “ନିର୍ମଳ ଶକ୍ତି ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ର ବିଷୟବସ୍ତୁ। ଉପଭୋକ୍ତାଙ୍କୁ କ୍ଷମତାପନ୍ନ କରିବା ସମ୍ବନ୍ଧୀୟ ସଚେତନତା ବୃଦ୍ଧ ଆଦି ଜରୁରୀ ହୋଇପଡ଼ିଛି। ପାରମ୍ପରିକ ଶକ୍ତି ଉତ୍ସ ପ୍ରଦୂଷଣର ମୂଳ କାରଣ ହୋଇଥିବାରୁ ସେଥିରୁ କ୍ରମଶଃ ଦୂରେଇ ଯାଇ ନିର୍ମଳ ସବୁଜ ଶକ୍ତିକୁ ଆପଣେଇବା କ୍ଷେତ୍ରରେ ସଚେତନ ଉପଭୋକ୍ତାମାନଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ।

ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ଅତିରିକ୍ତ ସଚିବ ଶକୁନ୍ତଳା ବିନ୍ଧାଣୀ ଧନ୍ୟବାଦ ଦେଇଥିଲେ। ଖାଉଟି ସୁରକ୍ଷା ଓ କଲ୍ୟାଣ ଉପରେ ପର୍ଯ୍ୟବସିତ କ୍ଷୁଦ୍ର ନାଟକ ବିଭାଗର ସାଂସ୍କୃତିକ ସଂସଦ ଦ୍ୱାରା ପରିବେଷିତ ହୋଇ ଉପସ୍ଥିତ ଦର୍ଶକମାନଙ୍କ ମନକୁ ଛୁଇଁଥିଲା।

ଜୟଦେବ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026

ଚିଲିକା ମୁହାଣ ଖନନ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ୧୨୫ କୋଟି ଟଙ୍କା କୁଆଡେ ଗଲା : ପ୍ରସାଦ ହରିଚନ୍ଦନ

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.