Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ବି ମନେପଡେ ମଣିନାଗ ପୀଠରେ ସେହି ଲୋମ ହର୍ଷଣକାରୀ ରଜ ସଂକ୍ରାନ୍ତି
ଆଜିର ଖବର

ଏବେ ବି ମନେପଡେ ମଣିନାଗ ପୀଠରେ ସେହି ଲୋମ ହର୍ଷଣକାରୀ ରଜ ସଂକ୍ରାନ୍ତି

June 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ
ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ।

କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ।

କିନ୍ତୁ ପରେ ରାଜା ରାଜୁଡା ଅମଳରେ ଦୁର୍ଗମ ପାହାଡ ଦେଇ ଭକ୍ତ ମାନେ ପାହାଡ ଶିଖରକୁ ଯାଇ ଦର୍ଶନ କରି ପାରୁ ନ ଥିଲେ। କିଛି ଭକ୍ତ ଦୁର୍ଗମ ପଥ ଦେଇ କଷ୍ଟସାଧ୍ୟ ପହାଡ ଶିଖରକୁ ଯାଇ ମା’ଙ୍କୁ ଦର୍ଶନ କରୁଥିଲେ। ପରେ ମଣିନାଗଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପାହାଡ ପାଦଦେଶରେ ମଣିନାଗ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଯାହା ତଳମଣିନାଗ ପୀଠ ଭାବେ ପରିଚିତ।

ଏହି ପୀଠକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ହର୍ଷଣକାରୀ କଥା ଏବେବି ରଣପୁରବାସୀ ଭୁଲି ପାରି ନାହାନ୍ତି। ପ୍ରତି ବର୍ଷ ତଳମଣିନାଗ ପୀଠରେ ରଜ ଚାରିଦିନ ଧରି ଉତ୍ସବ ପାଳନ ହୁଏ।

ଏହି ରଜ ଉତ୍ସବରେ ପୁରୁଣାବସନ୍ତରୁ ନାରାୟଣୀ ଦେବୀ ଏକ ବିରାଟ ଶୋଭାଯାତ୍ରାରେ ମଣିନାଗ ପୀଠକୁ ଆସନ୍ତି। ଚାରିଦିନ ଧରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲେ। କିନ୍ତୁ ୧୯୮୪ ମସିହା ରଜ ସଂକ୍ରନ୍ତି ଶନିବାର ରାତିରେ ଘଟିଲା ଏକ ଅଘଟଣ, ତଳମଣିନାଗ ପୀଠରେ ରାତିସାରା ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ ବଙ୍ଗାଳି ଲୋକର ପ୍ରରୋଚନାରେ ରଣପୁର ଅଚଂଳର ଜୈନିକ ବ୍ୟକ୍ତି ତିନୋଟି କମଳ ମତି ଶିଶୁ କୁ ଉପର ମଣିନାଗ ନିଆଯାଇ ଅତି ନିମ୍ମମ ଭାବେ ହତ୍ୟା କରାଯାଇଥିଲା। ଯାହାକୁ ଓଡିଶାରେ ରଣପୁର ନରବଳି ଭାବେ ଚର୍ଚ୍ଚା ଜୋରଧରିଥିଲା। ତିନୋଟି କୋମଳମତି ଶିଶୁ କୁ ମିଛ ପ୍ରଲୋଭନ ଦେଖାଇ ପାହାଡ ଶିଖରକୁ ନିଆଯାଇ ମଣିନାଗ ପୀଠରେ ବଳିପକାଯାଇଥିଲା।

ଏହି ଘଟଣା ଜଣାପଡିବାପରେ ରଣପୁର ଅଚଂଳ ସ୍ତବ୍ଧ ହୋଇଯାଇଥିଲା। ଶହ ଶହ ଲୋକ ଉପର ମଣିନାଗ ଯାଇ ରୁଣ୍ଡ ହୋଇଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝାଇବାପାଇଁ ସେତେବେଳେ ପୁଲିସ ନାକେଦମ ହୋଇଥିଲା। ଏହି କଥା ଗଣ ମାଧ୍ୟମରେ ପ୍ରକାଶ ପାଇବାପରେ ଓଡିଶାରେ ହଇଚଇ ସୃଷ୍ଟି ହୋଇଥିଲା। ତତକାଳିନ ଜାନକୀ ପଟ୍ଟନାୟକ ସରକାର କୁ ବିରୋଧୀ ମାନେ କଡା ସମାଲୋଚନା କରିଥିଲେ।

ପରେ ସରକାର ଙ୍କ ହସ୍ତକ୍ଷପ ରେ କିଛି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା। ସେଦିନର ଏହି ଘଟଣା ପରେ ତଳମଣିନାଗ ପୀଠରେ ସେବା ନୀତିରେ ହୋଇଥିଲା ବ୍ୟାପକ ପରିବର୍ତ୍ତନ। ସଂପୂର୍ଣ୍ଣ ଭାବେ ସେହିଦିନ ଠାରୁ ମା’ ଙ୍କ ପୀଠରେ ବଳିପ୍ରଥା ଓ ଆମିଷ ପୂଜନ ବନ୍ଦ ହୋଇଯାଇଥିଲା। ତିନୋଟି ପରିବାରର ତିନୋଟି କୋମଳମତି ଶିଶୁମାନଙ୍କୁ ହରାଇଥିଲେ। କିନ୍ତୁ ଦୀର୍ଘ ଦିନ ବିଚାରପରେ ଅପରାଧି କୁହାଯାଉଥିବା ଅଭିଯୁକ୍ତମାନେ ସାକ୍ଷୀ ଅଭାବରୁ ହାଇକୋର୍ଟରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।

ପ୍ରତିବର୍ଷ ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ଲୋକମାନଙ୍କ ମନରେ ଏବେବି ଆନ୍ଦୋଳିତ କରିଥାଏ।

ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗ ରଜ ସଂକ୍ରାନ୍ତି ଲୋମ ହର୍ଷଣକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.