Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟଵହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳନ
ଆଜିର ଖବର

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟଵହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳନ

June 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ସକାଳ ୮.୦୦ ଟା ରେ ଏକ ସଚେତନ ଶୋଭାଯାତ୍ରାକୁ ଅତିରିକ୍ତ ଜଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉପଖଣ୍ଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, ପ୍ରଜାପତି ବ୍ରହ୍ମକୁମାରୀ ଆଶ୍ରମ କର୍ମକର୍ତ୍ତା ଗଣ, ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ରଛାତ୍ରୀ, ଏନ୍ ସି ସି, ସ୍କାଉଟ୍, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ।

ପୂର୍ବାହ୍ନ ୧୦.୦୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୁରସ୍କାର ବିତରଣୀ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସୁବ୍ରତ କୁମାର ନାୟକ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶୁଭାଶିଷ ମହାନ୍ତି, କଳାହାଣ୍ଡି ବିଶ୍ଵବିଦ୍ୟାଲୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଏବଂ ପ୍ରଜ୍ଜପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଭବାନୀପାଟଣା ଶାଖା ମୁଖ୍ୟ ଯୋଗ ଦେଇ ଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାକୁ ଜୁନାଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ପରିଚାଳନା କରିଥିଲେ।

ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା (ପ୍ରବନ୍ଧ/ତର୍କ/ସାଧାରଣ ଜ୍ଞାନ) ର ଉତ୍ତିର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ।

ଏହି ଅବସରରେ ନିଶାରୁ ସଂପୂର୍ଣ୍ଣ ମୁକ୍ତି ପାଇଥିବା ଦୁଇ ଜଣ ବ୍ୟକ୍ତି ଭିକାରୀ ଚରଣ ନାଏକ  ଏବଂ ଦେବାର୍ଚ୍ଚନ୍ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମ ସହଯୋଗରେ ସେମାନେ ନିଶାରୁ ମୁକ୍ତି ପାଇଥିବାର ଅନୁଭୂତି ସଭାରେ ପ୍ରକାଶ କରିଥିଲେ।

ସଭାରେ ଅତିଥିଗଣ ନିଶା ସେବନକୁ ପ୍ରତିରୋଧ କରିବା ପାଇଁ ସଚେତନତା ସୃଷ୍ଟି ସହ ନିଜକୁ ବିଭିନ୍ନ ସକାରାତ୍ମକ ଓ ସୃଜନଶୀଳତା ବୃତ୍ତିରେ ନିୟୋଜନ କରିବା ଉଚିତ ବୋଲି କହିଥିଲେ।

ନିକଟ ଅତୀତରେ ଅବକାରୀ ବିଭାଗ ଦ୍ଵାରା ବିଶେଷ ଚଢାଉ କରାଯାଇ ବହୁ ମାତ୍ରାରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ରାଉନ ସୁଗର ଜବତ କରାଯାଇଥିବା ଯୋଗୁଁ ଅବକାରୀ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରଯାଇଥିଲା।

ଜିଲ୍ଲାସ୍ତରୀୟ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026

ଘରେ ପଶି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ

September 12, 2026
Latest News

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026

ଘରେ ପଶି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.