ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ବର୍ଡର-ଗାଭାସ୍କର ଟ୍ରଫିର କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, ଜାଣନ୍ତୁ କ’ଣ?

Published: Mar 26, 2024, 9:53 am IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫିର କାର୍ଯ୍ୟସୂଚୀରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିରିଜରେ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, କିନ୍ତୁ ବର୍ତ୍ତମାନ ଚାରିଟି ବଦଳରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। କ୍ରିକେଟ୍ ଅଷ୍ଟ୍ରେଲିଆ ସୋମବାର ଏହା ଘୋଷଣା କରିଛି। ୧୯୯୧-୯୨ ପରଠାରୁ ଏହା ପ୍ରଥମ ଥର ହେବ ଯେ, ଏହି ଦୁଇ ଦେଶ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜ୍ ଖେଳାଯିବ। ବର୍ଡର ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁଥିବା ଏହି ସିରିଜ୍ ଅଷ୍ଟ୍ରେଲିଆର ୨୦୨୪-୨୫ କାର୍ଯ୍ୟସୂଚୀର ମୁଖ୍ୟ ଆକର୍ଷଣ ହେବ। ଏହାର କାର୍ଯ୍ୟକ୍ରମ ଆଗାମୀ ଦିନରେ ପ୍ରକାଶ ପାଇବ।

ଟେଷ୍ଟ କ୍ରିକେଟ୍ ର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ବିସିସିଆଇ ନିଜ ଉତ୍ସର୍ଗରେ ସ୍ଥିର ରହିଛି। ଏହା ଏକ ଫର୍ମାଟ୍ ଯାହାକୁ ଆମେ ଅଧିକ ସମ୍ମାନ କରୁଛୁ ବୋଲି ବିସିସିଆଇ ସଚିବ ଜୟ ଶାହା କ୍ରିକେଟ୍ ଅଷ୍ଟ୍ରେଲିଆ ବିଜ୍ଞପ୍ତିରେ କହିଛନ୍ତି।

ସେ କହିଛନ୍ତି ଯେ, କ୍ରିକେଟ୍ ଅଷ୍ଟ୍ରେଲିଆ ସହିତ ବର୍ଡର ଗାଭାସ୍କର ଟ୍ରଫିକୁ ପାଞ୍ଚ ଟେଷ୍ଟ ମ୍ୟାଚ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଆମର ସହଯୋଗ ଟେଷ୍ଟ କ୍ରିକେଟ୍ ର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯାଇପାରେ। କ୍ରିକେଟ୍ ଅଷ୍ଟ୍ରେଲିଆର ସଭାପତି ମାଇକ୍ ବେୟର୍ଡ କହିଛନ୍ତି ଯେ, “ଆମର ଦୁଇ ଦେଶ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତାକୁ ଦେଖି ଆମେ ବହୁତ ଖୁସି ଯେ, ବର୍ଡର ଗାଭାସ୍କର ଟ୍ରଫି ବର୍ତ୍ତମାନ ପାଞ୍ଚ ଟେଷ୍ଟ ମ୍ୟାଚ୍ କୁ ବୃଦ୍ଧି ପାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ଅଛି। ଗତ ବର୍ଷ ଯେତେବେଳେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରିଥିଲା, ସେତେବେଳେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପୂର୍ବରୁ ୨୦୨୦-୨୧ ମସିହାରେ ଭାରତୀୟ ଦଳ ନିଜ ଘରେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ୨୦୧୮-୧୯ ରେ ମଧ୍ୟ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାଇଥିଲା ଏବଂ ସେହି ସମୟ ମଧ୍ୟରେ କଙ୍ଗାରୁ ଦଳକୁ ମଧ୍ୟ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ସେହି ଭ୍ରମଣରେ ଅଷ୍ଟ୍ରେଲିଆକୁ ୨-୧ ପରାଜୟର ସାମ୍ନା କରିବାକୁ ପଡିଥିଲା। ୨୦୧୬-୧୭ ମସିହାରେ ଅଷ୍ଟ୍ରେଲିୟ ଦଳ ଭାରତ ଗସ୍ତ କରିବାକୁ ଆସିଥିଲେ ଏବଂ ସେହି ସମୟ ମଧ୍ୟରେ ଭାରତକୁ ୨-୧ ପରାଜୟର ସାମ୍ନା କରିବାକୁ ପଡିଥିଲା।

Related posts