Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ସମୁଦ୍ର ବେଳାଭୂମିରେ ଉଦ୍‌ଘାଟନ ହେଲା ‘ବିଚ୍ ପାଭିଲିୟନ୍’: ଜାଣନ୍ତୁ ଏହା କ’ଣ?
ଆଜିର ଖବର

ପୁରୀ ସମୁଦ୍ର ବେଳାଭୂମିରେ ଉଦ୍‌ଘାଟନ ହେଲା ‘ବିଚ୍ ପାଭିଲିୟନ୍’: ଜାଣନ୍ତୁ ଏହା କ’ଣ?

July 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ବିଭିନ୍ନ କ୍ଷେତ୍ରର ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ ପର୍ଯ୍ୟଟନ ତଥା ବନ୍ୟଜନ୍ତୁ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଉଦ୍ଘାଟନ ହେଲା ବିଚ୍ ପାଭିଲିୟନ୍। ଜୁଲାଇ ମାସ ୨୦୨୪, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯନ୍ତ ଏହି ସଚେତନତା ଅଭିଯାନ ଜାରିରହିବ।

ଓଡ଼ିଶାର ୪୮୦ କିମି ସୁଦୀର୍ଘ ସୁନ୍ଦର ବେଳାଭୂମି, ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ସାରା ବିଶ୍ଵରୁ ବିଲୁପ୍ତ ପ୍ରାୟ ଅଲିଭ୍ ରିଡଲେ କଇଁଛମାନଙ୍କ ମଧ୍ୟରୁ ଏକ ବୃହତମ ଅଂଶ ପ୍ରତିବର୍ଷ ପ୍ରଜନନ ପାଇଁ ଏହି ବେଳାଭୂମିକୁ ଆସନ୍ତି ହେଲେ ପାଟ୍ରୋଲିଂ ଅଭାବ, ଅବହେଳା ଏବଂ ଅସୁରକ୍ଷିତ ଉପକୂଳ ବେଳାଭୂମି ପାଇଁ ପ୍ରତିବର୍ଷ ହଜାର ହଜାର ଅଲିଭ୍ ରିଡଲେ କଇଁଛ ମୃତ୍ୟୁବରଣ କରନ୍ତି। ଭବିଷ୍ୟତ ପିଢୀ ପାଇଁ ଅଲିଭ୍ ରିଡଲେ କଇଁଛମାନଙ୍କୁ ସୁରକ୍ଷା ଦେବା ପାଇଁ ଇମାଜେରୀର ପ୍ରତିଷ୍ଠାତା ତଥା ପ୍ରମୋଟର କିର୍ତ୍ତିକିଶୋର ମହାରଣା ଦ୍ୱାରା ଏହି ଅଭିଯାନ ଆରମ୍ଭ ହୋଇଛି।

ଏହି କାର୍ଯକ୍ରମରେ ଅବସରପ୍ରାପ୍ତ ଆଇଏଫଏସ ସିସିଏଫ ଓଡିଶା ଡକ୍ଟର ଅରୁଣ କୁମାର ମିଶ୍ର, ଜି ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍, ଅଶୋକ ରାଉତ, ଦେବାଶିଷ ପଟ୍ଟନାୟକ, ବିଶ୍ୱ ରଂଜନ ବରାଳ, କୀର୍ତ୍ତନାଥ ତ୍ରିପାଠୀଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

କିର୍ତ୍ତିକିଶୋର ମହାରଣା ଏହି ଅଭିଯାନର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଅଲିଭ୍ ରିଡଲେ କଇଁଛକୁ ସୁରକ୍ଷା ଦେବାର ସମୟ ଆସିଛି। ଏହି ସଚେତନତା, ଭବିଷ୍ୟତ ପିଢୀ ପାଇଁ କଇଁଛ ସଂରକ୍ଷଣର ଏକ ମାର୍ଗ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ସହ ପରିଷ୍କାର ବେଳାଭୂମି ସେମାନଙ୍କ ବସା ପାଇଁ କଇଁଛମାନଙ୍କୁ ଆକର୍ଷିତ କରିବ। ସେମାନଙ୍କର ପ୍ରଜନନ ସମୟରେ ପାଟ୍ରୋଲିଂ କରିବା ଆମର ଦ୍ଵାୟିତ୍ଵ ଯାହା ଆମର ଭବିଷ୍ୟତକୁ ସୁନ୍ଦର କରିବାରେ ସାହାଯ୍ୟ କରିବ।

ଡକ୍ଟର ଅରୁଣ କୁମାର ମିଶ୍ର ଏହି କାର୍ଯକ୍ରମକୁ ସମର୍ଥନ କରିବା ସହ ଆଗକୁ ଏହାର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଓଡିଶା ଉପକୂଳରେ ସମୁଦ୍ର କଇଁଛମାନଙ୍କର ବସା ବାନ୍ଧିବାରେ ସେ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିବେ ବୋଲି କହିଥିଲେ।

ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ଏହା ଅଲିଭ୍ ରିଡଲେ କଇଁଛକୁ ସୁରକ୍ଷା ଦେବା ସହ ସୁନ୍ଦର ବେଳାଭୂମି ଗଢି ତୋଳିବାର ଏହି କାର୍ଯକ୍ରମ ହେଉଛି ଏକ ଅନନ୍ୟ ଉଦାହରଣ। ମୁଁ ଏହି ଅଭିଯାନର ସଫଳତା ପାଇନ ମୋର ପ୍ରୟାସ ସବୁବେଳେ ଜାରି ରଖିବି।

ଜି ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଥିଲେ ଯେ “ଏହି ବ୍ୟାପକ ପ୍ରୟାସର ଅଂଶ ହୋଇ ଆମେ ବହୁତ ଆନନ୍ଦିତ ଏବଂ ଗର୍ବିତ। ଏହି ଆନନ୍ଦକୁ ଆମର ସମସ୍ତ ଦର୍ଶକଙ୍କ ସହ ମଧ୍ୟ ବାଣ୍ଟିବାକୁ ଯାଉଛୁ। ପରିବେଶ ସୁରକ୍ଷା ପାଇଁ ଏହିପରି ମହତ୍ୱପୂର୍ଣ ଓ ପ୍ରଭାବଶାଳୀ ବାର୍ତ୍ତା, ଆମ ପାଇଁ ସବୁ ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଆମେ ଏଥି ପ୍ରତି ସବୁବେଳେ ଧ୍ୟାନ ଦେଇଥାଉ।”

ଏହି ଅଭିଯାନ ଉପରେ ସୂଚନା ଦେଇ ବାଲାଜୀ ସିଂ ଆର, ସିଓଓ – ଏୟାରଟେଲ ଓଡିଶା କହିଛନ୍ତି, “ଏହି ପଦକ୍ଷେପର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ଏବଂ କୃତଜ୍ଞ। ଏହା ଅଲିଭ୍ ରିଡଲେ କଇଁଛର ବାସସ୍ଥାନ ସଂରକ୍ଷଣ କରିବାରେ ଓ ସୁନ୍ଦର ପରିବେଶ ସହ ଅନୁକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ନିଶ୍ଚୟ ସାହାଯ୍ୟ କରିବ। ଆମେ ଏହି ସାମାଜିକ ସଚେତନତା ଅଭିଯାନକୁ ଆହୁରି ବ୍ୟାପକ କରିବାରେ ସାହାଯ୍ୟ କରିବୁ। ଏୟାରଟେଲ ସବୁବେଳେ ପର୍ଯ୍ୟଟକମାନଙ୍କୁ ଓଡିଶାର ସମସ୍ତ ପର୍ଯ୍ୟଟନସ୍ଥଳୀରେ ନିରବଚ୍ଛିନ୍ନ ନେଟୱାର୍କ ଯୋଗାଇ, ରାଜ୍ୟ ପର୍ଯ୍ୟଟନ ବୃଦ୍ଧିକୁ ସାହାଯ୍ୟ କରିଥାଏ।”

ଅଲିଭ୍ ରିଡଲେ ଓଡ଼ିଶା ପର୍ଯ୍ୟଟନ ପୁରୀ ସମୁଦ୍ର ବେଳାଭୂମି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026
Latest News

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.