Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵାଧୀନତା ଦିବସରୁ ଅଭିନବ ଉପାୟ: ବାଣପୁରକୁ ରାଜସ୍ୱ ଉପଖଣ୍ଡ ପାଇଁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ
ଆଜିର ଖବର

ସ୍ଵାଧୀନତା ଦିବସରୁ ଅଭିନବ ଉପାୟ: ବାଣପୁରକୁ ରାଜସ୍ୱ ଉପଖଣ୍ଡ ପାଇଁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

August 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦେଶବ୍ୟାପୀ ସ୍ଵାଧୀନତା ଦିବସ ମହାଧୂମଧାମରେ ପାଳିତ ହୋଇଯାଇଛି। ସମଗ୍ର ଦେଶ ଉତ୍ସବମୁଖର ଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ସ୍ଵାଧୀନତା ଦିବସ ପାଳନ ସହିତ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଏକ ଅଭିନବ ପ୍ରୟାସ କରାଯାଇଛି। ‘ଜୟ ବାଣପୁର ସଂଗ୍ରାମୀ ପରିଷଦ’ ପକ୍ଷରୁ ଉକ୍ତ ଅଭିଯାନକୁ ଆହୁରୀ ତୀବ୍ର କରାଯିବା ବୋଲି ସୂଚନା ରହିଛି। ଆଗାମୀ ଦିନରେ ଏହି ଦସ୍ତଖତ ଅଭିଯାନକୁ ୪ ଟି ପର୍ଯ୍ୟାୟ ଏବଂ ୪ ଟି ସ୍ଥାନରେ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହିପ୍ରରିପ୍ରେକ୍ଷୀରେ ଆଜି ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ବାଣପୁରର ଐତିହାସିକ ସ୍ଥଳ ପଲଟଣ ପଡିଆରେ ଉକ୍ତ ଅଭିଯାନ ଆରମ୍ଭ କରାଯାଇଛି। ଯେଉଁ ସ୍ଥାନରେ ଇଂରେଜମାନଙ୍କ ସହ ବାଣପୁରର ପାଇକମାନେ ଯୁଦ୍ଧ କରି ଗୋରାମାନଙ୍କୁ ଧରାଶାୟୀ କରିଥିଲେ। ସେହି ଐତିହାସିକ ସ୍ଥାନରେ ଆଜି ବାଣପୁରବାସୀ ଏକାଠି ହୋଇ ସେମାନଙ୍କର ନାର୍ଯ୍ୟ ଦାବି ପାଇଁ ଆହ୍ଵାନ ଦେଇଛନ୍ତି।

ଏହି ଅବସରରେ ବାଣପୁରର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ବୁଦ୍ଧିଜୀବୀ, ଯୁବକ ସଂଘ, ଡ୍ରାଇଭର ମହାସଂଘ, ସାମ୍ବାଦିକ ସଂଘ ପରି ଅନେକ ସଂଗଠନ ସାମିଲ ହୋଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନକୁ ବ୍ୟାପକ କରାଯିବା ସହ ଆଗକୁ ବିଭିନ୍ନ ସ୍ଥାନରେ ଚାଲୁକରାଯିବ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ବାଣପୁର ହେଉଛି ଅଭିବକ୍ତ ପୁରୀ ଜିଲ୍ଲାର ପୁରାତନ ସହର। ଏଠାରେ ଅଦାଲତ, ତହସିଲ, ସର୍ବପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିବା ସହ ଏହି ମାଟି ବହୁ ବରପୁତ୍ରମାନଙ୍କୁ ଜନ୍ମଦେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଠାରୁ ଆରମ୍ଭ କରି ସିବିଆଇ ନିର୍ଦ୍ଦେଶକ ଭଳି ବରପୁତ୍ରମାନଙ୍କୁ ଏହି ମାଟି ଜନ୍ମଦେଇଛି। ଏଠାରେ ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, କୃତ୍ତିବାସ ପାଟ୍ଟଶାଣୀଙ୍କ ଭଳି ଅନେକ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ହୋଇଛନ୍ତି। ତଥାପି ଏହି ମାଟି ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

କିଛି ଦିନ ତଳେ ଯୁବ ସମାଜ ସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ଅନେକ ଯୁବକ ପଦଯାତ୍ରା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଥିଲେ। ସେତେବେଳେ ଏହା ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହିତ ବାଣପୁରିଆଙ୍କ ମନରେ ଆଗ୍ରହ ଦେଖାଦେଇଥିଲା। ଏହାପରେ ନିର୍ବାଚନ ଆସିବାରୁ ଏହି ଅଭିଯାନ ମନ୍ଥର ପଡିଥିଲା। କିନ୍ତୁ ନିର୍ବାଚନ ସମୟରେ ଅନେକ ନେତା ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିବା ଦେଖାଯାଇଥିଲା।

ଅପରପକ୍ଷେ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ନେଇ ବାଣପୁର ତହସିଲ ଗଠିତ। ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ଏହି ଅଞ୍ଚଳବାସୀଙ୍କୁ କୌଣସି କାର୍ଯ୍ୟ ପାଇଁ ଖୋର୍ଦ୍ଧା ଯିବା କଷ୍ଟକର ହୋଇପଡୁଛି। ତେଣୁ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବହୁ ବର୍ଷ ଧରି ଦାବି ହୋଇଆସୁଥିଲେ ମଧ୍ୟ ପୂର୍ବ ସରକାରମାନେ ଏହାକୁ କର୍ଣ୍ଣପାତ କରିନାହାନ୍ତି। କିନ୍ତୁ ଏଥର ବାଣପୁର ମାଟିର ପୁଅ ପୃଥ୍ବୀରାଜ ହରିଚନ୍ଦନ ବିଜେପି ସରକାରରେ ଆଇନ ମନ୍ତ୍ରୀ ହୋଇଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଅଶାର କିରଣ ଆଣିଦେଇଛି।

ତେବେ ପୂର୍ବତନ ନେତା ମନ୍ତ୍ରୀଙ୍କ ପରି ଏଥର ବି ବାଣପୁରବାସୀ ଧୋକ୍କା ଖାଉଛନ୍ତି ନା ଚିଲିକା ବିଧାୟକ ତଥା ଓଡିଶା ସରକାରର ମନ୍ତ୍ରୀଙ୍କ ଦ୍ଵାରା ଅଞ୍ଚଳବାସୀଙ୍କ ଆଶା ପୂରଣ ହେଉଛି, ତାହା ଦେଖିବା ବାକି ରହିଲା।

ଦସ୍ତଖତ ଅଭିଯାନ ବାଣପୁର ରାଜସ୍ୱ ଉପଖଣ୍ଡ ସ୍ଵାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026
Latest News

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026

‘ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା?’: ରାହୁଲ ଗାନ୍ଧୀଙ୍କ ଗୃହମନ୍ତ୍ରୀଙ୍କୁ ଚିଠି

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.