Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ହେବ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଆଞ୍ଚଳିକ ବୈଠକ: ନିଯୁକ୍ତି ଉପରେ ହେବ ଆଲୋଚନା
ଆଜିର ଖବର

ଭୁବନେଶ୍ୱରରେ ହେବ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଆଞ୍ଚଳିକ ବୈଠକ: ନିଯୁକ୍ତି ଉପରେ ହେବ ଆଲୋଚନା

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଆଞ୍ଚଳିକ ବୈଠକ ଆସନ୍ତା ୨୦.୦୯.୨୦୨୪ (ଶୁକ୍ରବାର) ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ସଂସ୍କାର, ଅଣସଂଗଠିତ ଶ୍ରମିକମାନଙ୍କର ଇଶ୍ରମ-ନ୍ୟାସନାଲ ଡାଟାବେସ୍ (ଏନ୍ ଡିୟୁଡବ୍ଲ୍ୟୁ), କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ବିଓସିଡବ୍ଲୁ), କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଏବଂ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏହି ବୈଠକ ଆୟୋଜନ କରାଯାଉଛି।

କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା, କେରଳ, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଳି ଦକ୍ଷିଣ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ପ୍ରଥମ ଆଞ୍ଚଳିକ ବୈଠକ ଆୟୋଜନ ସହିତ ଭାରତ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ସହିତ ଚାଲିଥିବା ଏହି ଆଞ୍ଚଳିକ ଆଲୋଚନା ଆରମ୍ଭ ହୋଇଥିଲା । ଏହାପରେ ଚଣ୍ଡିଗଡ଼ରେ ଉତ୍ତରାଞ୍ଚଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପଞ୍ଜାବ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଲଦାଖ ଏବଂ ରାଜସ୍ଥାନ ସହ ଦ୍ବିତୀୟ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମହାରାଷ୍ଟ୍ର, ଗୋଆ, ଗୁଜରାଟ, ଦାମନ ଓ ଦିଉ ଏବଂ ଦାଦରା ଓ ନଗର ହାଭେଳି ଓ ଲାକ୍ଷାଦ୍ୱୀପ ସହିତ ତୃତୀୟ ଆଞ୍ଚଳିକ ବୈଠକ ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ହୋଇଥିଲା।

ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

ଶ୍ରମ କୋଡ୍ ଅଧୀନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଚିଠା ନିୟମାବଳୀରେ ସମନ୍ୱୟ, ନିଯୁକ୍ତି ତଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ପ୍ରସ୍ତାବିତ ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ଉପରେ ପରାମର୍ଶ, ପ୍ରବାସୀ ଶ୍ରମିକଙ୍କ ସମେତ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ଇ-ଶ୍ରମ ପୋର୍ଟାଲ୍ ‘ୱାନ୍-ଷ୍ଟପ୍ ସଲ୍ୟୁସନ୍‘ ପ୍ରତିଷ୍ଠା, ବିଓସି ଶ୍ରମିକମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ସୁବିଧାର ସମ୍ପ୍ରସାରଣ ଏବଂ ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ) ଆଦି ପ୍ରମୁଖ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗ ଏହି ବୈଠକରେ ଆଲୋଚନା ହେବ।

ଆନ୍ଧ୍ରପ୍ରଦେଶ ଓଡିଶା ଛତିଶଗଡ ଝାଡ଼ଖଣ୍ଡ ନିଯୁକ୍ତି ପଶ୍ଚିମବଙ୍ଗ ପୂର୍ବାଞ୍ଚଳ ରାଜ୍ୟ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ଅମିତ ଶାହ

July 19, 2026

ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି

July 19, 2026

ରାଜ୍ୟର ଚାରୋଟି ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 19, 2026

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ

July 19, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲାରେ ସୁପ୍ରିମକୋର୍ଟ ଗଲା ନିର୍ମୋହୀ ଆଖଡ଼ା: ଜାଣନ୍ତୁ କ’ଣ ରହିଛି ଦାବି?

July 19, 2026

ଆଜି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ଅମିତ ଶାହ

July 19, 2026

ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି

July 19, 2026

ବିକ୍ରମ-୧: ଭାରତର ମହାକାଶ ଭବିଷ୍ୟତର ନୂତନ ଦିଗ

July 19, 2026

ରାଜ୍ୟର ଚାରୋଟି ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.