Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ରାଷ୍ଟ୍ରୀୟ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ରାଷ୍ଟ୍ରୀୟ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

January 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆଜି ଯେଉଁ କର୍ମଶାଳାର ଆୟୋଜନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟରେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ କହିଛନ୍ତି ପ୍ରାଚୀନ କାଳରୁ ଓଡ଼ିଆ ଜାତି ବିଶ୍ୱକୁ ଅନ୍ୱେଷଣ କରିଆସିଛି। ଆମର ସଭ୍ୟତା ଓ ନୌବାଣିଜ୍ୟ ପରମ୍ପରା ମଧ୍ୟ ପୁରୁଣା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। କଳିଙ୍ଗ ଯୁଦ୍ଧ ହଜାର ବଜାର ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା। ସେ ସମୟରୁ ଓଡ଼ିଆ ଲୋକମାନେ ନିଜକୁ ଶିକ୍ଷା ଓ ସୁସଂସ୍କୃତ ସମାଜ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଓଡ଼ିଶାର ମୂଳ ପୁଞ୍ଜି ଗଣିତ ଶିକ୍ଷା ବୋଲି ମାନ୍ୟବର ରାଷ୍ଟ୍ରପତି କହିଛନ୍ତି। ମହାନ ଜ୍ୟୋତିର୍ବିଦ ପଠାଣୀ ସାମନ୍ତ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରିଥିଲେ। ଓଡ଼ିଶାରେ ନିର୍ମିତ କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ହୀରାକୁଦ ବନ୍ଧ ପରି ଓଡ଼ିଆ ଜାତିର ବୌଦ୍ଧିକ ଓ ବୈଜ୍ଞାନିକ ଦକ୍ଷତାକୁ ପ୍ରମାଣିତ କରୁଛି। ଏହା କେବଳ କଳା ଓ ସଂସ୍କୃତି ନୁହେଁ ବଂର ବିଜ୍ଞାନ ଓ ଗଣିତର ସମଷ୍ଟି। ଏଥିରୁ ଅନୁମେୟ, ଓଡ଼ିଆ ଜାତିରେ ମୂଳଭୂତ ତତ୍ତ୍ୱ ଅଛି।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ) ଉନ୍ମୋଚନ ହୋଇସାରିଛି ।  ଆଗାମୀ ଦିନରେ ଏନସିଏଫ ଓଡ଼ିଶାର ରାଜ୍ୟ ପାଠ୍ୟକ୍ରମ ଢାଞ୍ଚାର ଆଧାର ଭାବେ କାର୍ଯ୍ୟ କରିବ । ପାଠ୍ୟକ୍ରମ ଓ ଶିକ୍ଷାଦାନ ବିଷୟ ଯେପରି ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ ଓ ଜ୍ଞାନ ପରମ୍ପରା ସହିତ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହେବ, ସେଥିପ୍ରତି ଏନସିଇଆରଟିକୁ ନିଶ୍ଚିତ କରିବାକୁ ପଡ଼ିବ । ପାଠ୍ୟ ଖସଡା ଏପରି ପ୍ରସ୍ତୁତ ହେବା ଦରକାର ଯାହା ଓଡିଆ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ହେବ । ଓଡ଼ିଆ ମାତୃଭାଷା, ବୀରଗାଥା, ନୌବାଣିଜ୍ୟ ଓ ସ୍ଥପତିକୁ ଗୁରୁତ୍ୱ ଦେଉଥିବ । ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ କାହଣୀ, ବିଜ୍ଞାନରେ ପଠାଣୀ ସାମନ୍ତଙ୍କ ଉଦାହରଣ, ଓଡ଼ିଆ ଜାତିର ସମୃଦ୍ଧମୟ ନୌବାଣିଜ୍ୟ ପରମ୍ପରାର କଥା ରହିବ । ଯଦି ଧର୍ମ ନିରପେକ୍ଷତା ଉପରେ ଶିକ୍ଷାଦାନ ହୁଏ ତେବେ ତାହା ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର । ଖ୍ରୀଷ୍ଟିଆନ ଧର୍ମରେ ରହି ମଧ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଲଢେଇ କରିଥିଲେ । ଏ ସବୁର ମୂଳ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ଦରକାର । ଆମ ଗଣିତ ପଢେଇ ପାରିବା କିନ୍ତୁ ଉଦାହରଣ ପଠାଣି ସାମନ୍ତଙ୍କ ପରି ବ୍ୟକ୍ତିଙ୍କ ଭଳି ସ୍ଥାନୀୟ ବିଭୁତିଙ୍କ ଉଦାହରଣ ଦେବା ଦରକାର । ଆମେ ବିଜ୍ଞାନରେ ଗତି ପଢେଇବା କିନ୍ତୁ ଉଦାହରଣ ଆମେ ପୁରୀ ସମୁଦ୍ରର ଲହଡ଼ିକୁ ନେଇ ପାରିବା।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ । ଏ ପ୍ରକାର ଶିକ୍ଷା ମାଧ୍ୟମରେ ରାଜ୍ୟରେ ଆମେ ଏକ ନୂଆ ବାତାବରଣ ତିଆରି କରିବା । ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବା, ମୂଲ୍ୟାୟନକୁ ପାରଦର୍ଶୀ କରିବା, ଶିକ୍ଷଣ ଫଳାଫଳକୁ ପ୍ରାଥମିକତା ଦେବାକୁ ହେବ । ଶିକ୍ଷକଙ୍କ ଦକ୍ଷତା ବଢାଇବାକୁ ପଡିବ । ଟେକ୍ନୋଲୋଜି ଜରିଆରେ ସ୍କୁଲ ଶିକ୍ଷା ପ୍ରଦାନ କରିବା ସହ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେବା । ସ୍କୁଲରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଯୋଜନା କରିବା । ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନରେ ମାନବ ସମ୍ବଳକୁ ଉଚ୍ଚ ମାନବ ସମ୍ବଳ କରାଇବା ।

ଓଡ଼ିଶାର ପୁଞ୍ଜି ଶିକ୍ଷା । ଏହି ଭୂମିରେ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା । ସାରଳା ଦାସ ଓଡ଼ିଆ ମହାଭାରତ ଏହି ପବିତ୍ର ଭୂମରେ ରଚନା କରିଥିଲେ । ଏଠାରେ ବଳରାମ ଦାସ ଲକ୍ଷ୍ମୀପୁରାଣ ଲେଖିଥିଲେ । ତେଣୁ ଏହି ପୃଷ୍ଠଭୂମିରେ ଶିକ୍ଷା ଜଗତ, ଓଡ଼ିଶାର ସାଢେ ୪ କୋଟି ଲୋକ, ପ୍ରବାସୀ ଓଡ଼ିଆ, ଗବେଷକ ଏବଂ ଅଭିଭାବକମାନେ ଜାତୀୟ ଶିକ୍ଷା ନୀତିରେ ପାଠ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେବାକୁ ସେ ଆହ୍ୱାନ କରିଛନ୍ତି ।

ଓଡ଼ିଶା ସାହିତ୍ୟରେ ଆମ ବିଚାର ସଙ୍କୁଚ୍ଚିତ ନଥିଲା। ଆମ ଓଡିଆଙ୍କ ଶକ୍ତି ବୌଦ୍ଧିକ କ୍ଷମତା। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି। ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ନୀତି ନିର୍ଦ୍ଧାରଣ କରାଯିବ।

ଅତୀତରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନରେ ନାଚ ଗୀତ କରାଇବାରେ ବ୍ୟସ୍ତ ରହିଲେ। ବର୍ତ୍ତମାନର ସରକାର ପିଏମ ଶ୍ରୀ ସ୍କୁଲ ସହ  ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଆଧୁନିକ ଶିକ୍ଷା ଦାନ ମିଳିବ। ଓଡ଼ିଆ ପିଲାକୁ ସ୍ଥାନୀୟ ପିଲାକୁ ମାତୃଭାଷାରେ ଶିକ୍ଷାଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ବିଶେଷ ଭାବରେ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

ଓଡିଶା ସରକାର ଜାତୀୟ ଶିକ୍ଷା ନୀତି ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.