Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୦ଦିନରେ ‘ପାଦେ ଆକାଶ’, ଶୁଭେଚ୍ଛା ଜଣାଇଲା ‘ଅନନ୍ତା’
ଆଜିର ଖବର

୫୦ଦିନରେ ‘ପାଦେ ଆକାଶ’, ଶୁଭେଚ୍ଛା ଜଣାଇଲା ‘ଅନନ୍ତା’

May 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ‘ପାଦେ ଆକାଶ’ ୫୦ଦିନରେ ପାଦ ଦେଇଛି। ଭୁବନେଶ୍ବର ଶ୍ରୀୟା କମ୍ପଲେକ୍ସ ରେ ‘ପାଦେ ଆକାଶ’ ପୂରଣ କରିଛି ୫୦ ଦିନ। ଓଡ଼ିଶାର ଘରେ ଘରେ ପରିଚିତ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମ। ସତ୍ୟ ଘଟଣା ଉପରେ ଆଧାରିତ ‘ପାଦେ ଆକାଶ’, ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ। ଯେଉଁଥିରେ ଶ୍ରୁତିଙ୍କ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। କିପରି ଜଣେ ମହିଳା ନିଜ ଜୀବନରେ ଏତେ ସଂଘର୍ଷ କରି, ସଫଳତାର ଶୀର୍ଷରେ ଅଛି, ତାକୁ ବେଶ୍ ନିଖୁଣ ଭାବେ ଏହି ଫିଲ୍ମରେ ଦର୍ଶା ଯାଇଛି।

ଏହି ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ପାଇଁ ଭୁବନେଶ୍ବରର ଶ୍ରୀୟା-ସ୍ଵାତୀ ସିନେ କମ୍ପ୍ଲେକ୍ସରେ ତରଙ୍ଗ ସିନେପ୍ରଡକ୍ସନର ସମସ୍ତ ସଦସ୍ୟ, ଫିଲ୍ମର ଅଭିନେତ୍ରୀ ଅର୍ଚ୍ଚିତା ଓ ଅନ୍ୟାନ୍ୟ କଳାକାର ବୃନ୍ଦଙ୍କ ସହ ଉପସ୍ଥିତ ଦର୍ଶକ ମଧ୍ୟ ଏକାଠି ହୋଇଥିଲେ।

କେବଳ ଏତିକି ନୁହେଁ ବର୍ତମାନ ଓଡ଼ିଶାରେ ଦର୍ଶକଙ୍କ ଉତ୍କଣ୍ଠା ବଢାଇଥିବା ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ “ରାଣ୍ଡୀପୁଅ ଅନନ୍ତା” ଅବଲମ୍ବନରେ ନିର୍ମିତ ଫିଲ୍ମ ‘ଅନନ୍ତା’ ମୁଖ୍ୟ କଳାକାର ଅନନ୍ତା ଅର୍ଥାତ ସବ୍ୟସାଚୀ ଓ ଅନ୍ୟ କଳାକାର ମାନେ ମଧ୍ୟ ପହଞ୍ଚିଥିଲେ। ଏହି ଖୁସିର ମୁହୂର୍ତରେ ‘ଅନନ୍ତା’ର ନିର୍ଦେଶକ ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ‘ପାଦେ ଆକାଶ’ର ଟିମକୁ ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ରଜରେ ରିଲିଜ୍ ହେବାକୁ ଥିବା ନିଜ ଫିଲ୍ମ ‘ଅନନ୍ତା’ର ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ। ଉପସ୍ଥିତ ସମସ୍ତ କଳାକାର ଓ ସିନେ ପ୍ରେମୀଙ୍କୁ ‘ଅନନ୍ତା’ର ସେନସର୍‍ ମଞ୍ଜୁରୀ ଆସିଥିବା ଖବର ଦେଇଥିଲେ।

ଏହି ସମୟରେ ଫିଲ୍ମର ନିର୍ଦେଶକ ଓ ମୁଖ୍ୟକଳାର ରୂପେ ଉଭୟ ସବ୍ୟସାଚୀଙ୍କୁ ପାଖରେ ପାଇ, ଫ୍ୟାନ ମାନେ ଘେରିଯାଇଥିଲେ ଓ ‘ଅନନ୍ତା’ର ସଫଳତା ପାଇଁ କିପରି ସାରା ଓଡ଼ିଶା ବ୍ୟଗ୍ର ଅଛି ସେମାନେ ଜଣାଇଥିଲେ।

'ଅନନ୍ତା' ଅର୍ଚ୍ଚିତା ସାହୁ ଶ୍ରୁତି ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.