Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଆଜିର ଖବର

ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

July 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯାହାକୁ ଦେଖିଲେ ଥରୁଛି ପାକିସ୍ତାନ, ଏବେ ଭାରତଠାରୁ ଇଣ୍ଡୋନେସିଆ କିଣିବ ସେହି କ୍ଷେପଣାସ୍ତ୍ର
ଯାହାକୁ ଦେଖିଲେ ଥରୁଛି ପାକିସ୍ତାନ, ଏବେ ଭାରତଠାରୁ ଇଣ୍ଡୋନେସିଆ କିଣିବ ସେହି କ୍ଷେପଣାସ୍ତ୍ର

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ)ର ମିଳିତ ଉଦ୍ୟମରେ ଦୃଶ୍ୟମାନ ପରିଧି ଠାରୁ ବାହାରେ ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା (ବିଭିଆରଏଏଏମ) ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଭାବେ ନିର୍ମିତ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଛି। ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ଭିନ୍ନ ଭିନ୍ନ ସ୍ତର, ଦିଗ, ଉତକ୍ଷେପଣ ପରିସ୍ଥିତିରେ ଥିବା ଦୁଇଟି ମାନବବିହୀନ ଆକାଶମାର୍ଗ ଲକ୍ଷ୍ୟକୁ ଭେଦ କରିବା ଲାଗି ଦୁଇଟି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରାଯାଇଥିଲା। ଉଭୟ କ୍ଷେତ୍ରରେ, କ୍ଷେପଣାସ୍ତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସଠିକ ଭାବେ ଲକ୍ଷ୍ୟଗୁଡ଼ିକୁ ଧ୍ୱଂସ କରିଥିଲା।

ପରୀକ୍ଷଣ ସମୟରେ, ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା। ଏଥିରେ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ କରାଯାଇଥିବା ରେଡିଓ ଫ୍ରିକୁଏନ୍ସି ସିକର୍ ମଧ୍ୟ ଅନ୍ତର୍ଭୁକ୍ତ। ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କଏଦ ହୋଇଥିବା ଉଡ଼ାଣ ତଥ୍ୟ ମାଧ୍ୟମରେ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ତ୍ରୁଟିହୀନ କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରାଯାଇଥିଲା। ଏହି ସଫଳ ଉଡ଼ାଣ ପରୀକ୍ଷଣ ସ୍ୱଦେଶୀ ଭାବେ ନିର୍ମିତ ସିକର୍‌ ସହିତ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଠିକ ଲକ୍ଷ୍ୟଭେଦ କ୍ଷମତା ଏବଂ ଭରସାଯୋଗ୍ୟ କାର୍ଯ୍ୟଦକ୍ଷତାକୁ ପୁନଃ ପ୍ରମାଣିତ କରିଥିଲା।

ଅସ୍ତ୍ର ବିଭିଆରଏଏଏମ ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି। ଏହି ଅସ୍ତ୍ର ପ୍ରଣାଳୀକୁ ସଫଳ ଭାବେ ନିର୍ମାଣ କରିବା ଲାଗି ଡିଆରଡିଓର ବିଭିନ୍ନ ପ୍ରୟୋଗଶାଳା ସମେତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ସମେତ ୫୦ରୁ ଅଧିକ ସରକାରୀ ଓ ଘରୋଇ ଶିଳ୍ପସଂସ୍ଥା ଯୋଗଦାନ ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆରଏଫ ସିକର୍‌ର ଡିଜାଇନ୍ ଏବଂ ବିକାଶରେ ଜଡିତ ଡିଆରଡିଓ, ଆଇଏଏଫ୍ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍ୱଦେଶୀ ଆରଏଫ ସିକର୍‌ ସହିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହାସଲ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ଉପକୂଳ ଚାନ୍ଦିପୁର ଡିଆରଡିଓ ଭାରତୀୟ ବାୟୁସେନା ସଫଳ ପରୀକ୍ଷଣ ସ୍ୱଦେଶୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.