Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଚିଲିକା ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜିର ଖବର

ପ୍ରଥମ ଚିଲିକା ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
first Chilika Book Fair

ବାଲୁଗାଁ: ଚଳିତ ଅପ୍ରେଲ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଚିଲିକା ପୁସ୍ତକ ମେଳା ଆୟୋଜନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୁସ୍ତକ ମେଳାର ବିଭିନ୍ନ ଦିବସର କାର୍ଯ୍ୟକ୍ରମ, ଲେଖକ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରଦାନ କରଯାଇଥିଲା । 

ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପ୍ରକାଶକମାନେ ପ୍ରାୟ ୮୦ଟି ଷ୍ଟଲ ମାଧ୍ୟମରେ ସେମାନଙ୍କର ପୁସ୍ତକ ପ୍ରଦର୍ଶନ ତଥା ବିକ୍ରୟ କରିବେ। ଚିଲିକା ଅଂଚଳର ବହୁ ସଂଖ୍ୟକ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷାର୍ଥୀ, ଅଭିଭାବକ ଓ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜିତ ହେବ ।

ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ପୁସ୍ତକ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ପ୍ରତିଷ୍ଠିତ ସାହିତ୍ୟିକ ମାନେ ଯୋଗଦେଇ ଚିଲିକା ବାଣପୁର ଅଂଚଳର ସାହିତ୍ୟ,ସଂସ୍କୃତି, ଐତିହ୍ୟ ଓ ସାରସ୍ୱତ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ସହ ଲେଖକ, ସାରସ୍ୱତ ପ୍ରତିଭା, ପାଠକ ଓ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି  । 
ଉକ୍ତ ବୈଠକରେ ପୁସ୍ତକ ମେଳା କମିଟିର ଉପଦେଷ୍ଟା ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଉପସଭାପତି ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଓ ବାଳ ମୁକୁନ୍ଦ ଦାସ, ସାଧାରଣ ସମ୍ପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, କାର୍ଯ୍ୟକାରୀ କମିଟି ସଦସ୍ୟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ, ବିଦ୍ୟାଧର ଜୁଝାର ସିଂ, ସନ୍ତୋଷ ବଳିୟାରସିଂହ, ଭିକାରୀ ଚରଣ ପ୍ରଧାନ, ରଙ୍କନାଥ ସେଠି, ସୌମ୍ୟକାନ୍ତ ତ୍ରିପାଠୀ, ରମେଶ ମହାପାତ୍ର, ମୃଡ଼ାଣି ଶଙ୍କର ମିଶ୍ର, ଚିଲିକା ପ୍ରେସ କ୍ଲବ ଓ ଶାଳିଆ ପ୍ରେସ କ୍ଲବର ସଭାପତି ଓ ପ୍ରତିନିଧିମାନେ ଯୋଗଦେଇ ନିଜର ମତାମତ ଦେଇଥିଲେ ।  ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା । 
ପାଇକା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ପୁସ୍ତକମେଳାର ସଫଳତା ପାଇଁ ଚିଲିକା ସାହିତ୍ୟ ସମାଜର ସହଯୋଗ ସହ ଅଂଚଳର ଶିକ୍ଷିତ ଜନସାଧାରଣଙ୍କ ସମ୍ପୃକ୍ତି ପାଇଁ ଚିଲିକା ପୁସ୍ତକ ମେଳା କମିଟିର ସଦସ୍ୟ ମାନେ ନିବେଦନ କରିଛନ୍ତି । 

bookfair ପ୍ରଥମ ଚିଲିକା ପୁସ୍ତକ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026
Latest News

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.