ବୁର୍ଲା : ସମ୍ବଲପୁର ବୁର୍ଲାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ଆହତ । ଆଜି ଭୋର ସକାଳୁ ପୁଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ମନୀଷ ସାହୁ ଆହତ ହୋଇଛି। ଆହତ ମନୀଷକୁ ସମ୍ବଲପୁର ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଅପରାଧୀ ମନୀଷ ବିରୋଧରେ ଚୋରି, ଡକାୟତି ଭଳି ୧୪ଟି ମାମଲା ରହିଛି। ଗାଡି ଚେକିଙ୍ଗ ବେଳେ ଖସି ପଳାଇବାକୁ ଚେଷ୍ଟା କରୁଥିଲା ମନୀଷ । ପୋଲିସ ଉପରକୁ୩ ରାଉଣ୍ଡ ଗୁଳି ଚଳାଇଥିଲା । ସୂଚନାଯୋଗ୍ୟ, । ଗତକାଲି ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନ୍କାଉଣ୍ଟର କରିଥିଲା।


