Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଦିଲ୍ଲୀରେ INDIA ବ୍ଲକର ମେଗା ମିଟିଂ: କ’ଣ ହେବ ନୂଆ ରଣନୀତି?
ଆଜିର ଖବର

ଆଜି ଦିଲ୍ଲୀରେ INDIA ବ୍ଲକର ମେଗା ମିଟିଂ: କ’ଣ ହେବ ନୂଆ ରଣନୀତି?

June 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପରେ ବଦଳିଥିବା ରାଜନୈତିକ ପରିସ୍ଥିତି ମଧ୍ୟରେ ସୋମବାର ଦିଲ୍ଲୀରେ INDIA ବ୍ଲକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ରାଜଧାନୀର କନଷ୍ଟିଚ୍ୟୁସନ୍ କ୍ଲବରେ ହେବାକୁ ଥିବା ଏହି ବୈଠକରେ ୨୩ଟି ବିରୋଧୀ ଦଳ ଯୋଗଦେବାକୁ ସମ୍ମତି ଦେଇଥିବାବେଳେ, କିଛି ପ୍ରମୁଖ ସହଯୋଗୀ ଦଳଙ୍କ ଅନୁପସ୍ଥିତି ଚର୍ଚ୍ଚାକୁ ବଢ଼ାଇ ଦେଇଛି।

ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାଜୁର୍ନ ଖାରଗେ, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ଅଭିଶେଖ ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ଆରଜେଡି ନେତା ତେଜଶ୍ଵୀ ଯାଦବ ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକେର ଙ୍କ ସମେତ ବିରୋଧୀ ଶିବିରର ଅନେକ ହେଭିୱେଟ୍ ନେତା ଯୋଗଦେବେ।

ଏଥର ବୈଠକର ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ତାମିଲନାଡୁର ନୂଆ ରାଜନୈତିକ ଶକ୍ତି ତାମିଲାଗା ଭେଟ୍ଟ୍ରି କାଝାଗମ (TVK)କୁ INDIA ବ୍ଲକରେ ସାମିଲ କରିବା ନେଇ ଚାଲିଥିବା ଆଲୋଚନା। ଅନ୍ୟପଟେ DMK ଓ AAP ବୈଠକରୁ ଦୂରେଇ ରହିଛନ୍ତି । ଏହାକୁ ନେଇ ମେଣ୍ଟ ଭିତରେ ନୂଆ ସମୀକରଣ ସୃଷ୍ଟି ହେଉଥିବା ଚର୍ଚ୍ଚା ଜୋର ଧରିଛି।

“INDIA ବ୍ଲକ ଏକତାବଦ୍ଧ” ବୋଲି କଂଗ୍ରେସର ଦାବି

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ୨୩ଟି ଦଳ ବୈଠକରେ ଯୋଗଦେବାକୁ ନିଶ୍ଚିତ କରିଛନ୍ତି ଏବଂ ବିରୋଧୀ ମେଣ୍ଟ ବିବିଧତା ସତ୍ତ୍ୱେ ଏକତାବଦ୍ଧ ରହିଛି। ତାଙ୍କ ଅନୁସାରେ, କିଛି ଦଳ ନିଜସ୍ୱ କାରଣରୁ ଏହି ବୈଠକରେ ଉପସ୍ଥିତ ରହିପାରୁନାହାନ୍ତି।

ବିଧାନସଭା ନିର୍ବାଚନ ପରେ INDIA ବ୍ଲକ ଭିତରେ ଅନେକ ମତଭେଦ ସାମ୍ନାକୁ ଆସିଛି। କେରଳରେ କଂଗ୍ରେସ ଓ ବାମ ଦଳ ମଧ୍ୟରେ ଆରୋପ-ପ୍ରତିଆରୋପ ହେଉ କିମ୍ବା ତାମିଲନାଡୁରେ ବଦଳୁଥିବା ରାଜନୈତିକ ସମୀକରଣ – ଏହି ସବୁ ପ୍ରସଙ୍ଗ ବୈଠକରେ ଉଠିବା ସମ୍ଭାବନା ରହିଛି।

ସେହିପରି ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ପ୍ରସଙ୍ଗକୁ ନେଇ ତୃଣମୂଳ କଂଗ୍ରେସ ମଧ୍ୟ ଅନ୍ୟ ସହଯୋଗୀ ଦଳଙ୍କ ସମର୍ଥନ ଲୋଡ଼ିପାରେ।

ବୈଠକ ପୂର୍ବରୁ ବିଜେପି ମଧ୍ୟ INDIA ବ୍ଲକକୁ ଟାର୍ଗେଟ୍ କରିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, “INDIA ମେଣ୍ଟରେ ନା ଦୃଷ୍ଟିକୋଣ ଅଛି, ନା ଏକତା। ଏହା କେବଳ ଆନ୍ତରିକ ବିବାଦ ଓ ମହତ୍ତ୍ୱାକାଂକ୍ଷାର ମେଣ୍ଟ।”

୨୦୨୯ ଲୋକସଭା ନିର୍ବାଚନ ଏବଂ ଆଗାମୀ ରାଜ୍ୟ ନିର୍ବାଚନକୁ ନଜରରେ ରଖି INDIA ବ୍ଲକ ଏକ ସାମୂହିକ ରଣନୀତି ପ୍ରସ୍ତୁତ କରିବାକୁ ଚାହୁଁଛି। କିନ୍ତୁ DMK ଓ AAP ଭଳି ସହଯୋଗୀ ଦଳଙ୍କ ଅନୁପସ୍ଥିତି ଏବଂ TVKର ସମ୍ଭାବ୍ୟ ଏଣ୍ଟ୍ରି ଏହି ବୈଠକକୁ ଆହୁରି ରୋଚକ କରିଦେଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ଦିଲ୍ଲୀ ବୈଠକ ଉପରେ ରହିଛି- INDIA ବ୍ଲକ ଏକତାର ନୂଆ ସନ୍ଦେଶ ଦେବ ନା ଭିତରର ଫାଟ ଆହୁରି ସ୍ପଷ୍ଟ ହେବ।

aap Congress dmk INDI Alliance IndiaBloc politicalbuzz TVK
Share. Facebook Twitter LinkedIn Email WhatsApp Copy Link

Related Posts

ରଜରେ ସମସ୍ତେ କାହିଁକି ପାନ ଖାଇଥାନ୍ତି?: କିଛି କାରଣ ରହିଛି କି?

June 8, 2026

ମେଳା ଦେଖି ଫେରୁଥିଲେ, ବାଟରେ ମାଡ଼ିଆସିଲା ମୃତ୍ୟୁ

June 8, 2026

ସୁନେତ୍ର ପାୱାରଙ୍କ ଆସନ ପାଇଁ କାହାକୁ ବାଛିଲା ଏନସିପି ? ଜାଣନ୍ତୁ

June 8, 2026

ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ, ସୁନାମି ସତର୍କତା ଜାରି

June 8, 2026
Latest News

ଆଜି ଦିଲ୍ଲୀରେ INDIA ବ୍ଲକର ମେଗା ମିଟିଂ: କ’ଣ ହେବ ନୂଆ ରଣନୀତି?

June 8, 2026

ରଜରେ ସମସ୍ତେ କାହିଁକି ପାନ ଖାଇଥାନ୍ତି?: କିଛି କାରଣ ରହିଛି କି?

June 8, 2026

ମେଳା ଦେଖି ଫେରୁଥିଲେ, ବାଟରେ ମାଡ଼ିଆସିଲା ମୃତ୍ୟୁ

June 8, 2026

ସୁନେତ୍ର ପାୱାରଙ୍କ ଆସନ ପାଇଁ କାହାକୁ ବାଛିଲା ଏନସିପି ? ଜାଣନ୍ତୁ

June 8, 2026

ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ, ସୁନାମି ସତର୍କତା ଜାରି

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.