ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ଓଡିଶା ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୧ ଫେବୃଆରୀ ୨୦୧୬ ରୁ ଶୁଭାରମ୍ଭ କରିଛନ୍ତି।
ଏହି ଯୋଜନା ପାଇଁ ଆଜିଠାରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ କରାଯିବ। ୬୦ରୁ ୭୫ ବର୍ଷ ବୟସ୍କ ଯୋଗ୍ୟ ବରିଷ୍ଠ ନାଗରିକ ଅନଲାଇନ yatra.odisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଚୟନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଅଯୋଧ୍ୟା, ବାରାଣସୀ, ରାମେଶ୍ୱରମ, ମଦୁରାଇ, ଉଜ୍ଜୟିନୀ ଏବଂ ଓମକାରେଶ୍ୱର ଭଳି ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ଯାତ୍ରା ସମୟରେ ଯାତାୟାତ, ରହଣି, ଖାଦ୍ୟ, ବୀମା ଓ ଚିକିତ୍ସା ସହ ସମସ୍ତ ସୁବିଧା ରାଜ୍ୟ ସରକାର ଓ IRCTC ପକ୍ଷରୁ ନିଶୁଳ୍କରେ ଯୋଗାଇ ଦିଆଯିବ।


