Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ
ଆଜିର ଖବର

ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ

August 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଏକ କାରର ତାଣ୍ଡବ ଯୋଗୁଁ ଘଟିଛି ଭୟଙ୍କର ସିରିଜ୍ ଦୁର୍ଘଟଣା। ପିପିଲି ଟୋଲ୍ ପ୍ଲାଜା ନିକଟ ପମଶର ସିଡି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ସମେତ ଏକ ଷଣ୍ଢର ମୃତ୍ୟୁ ଘଟିଛି। ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।

ସୂଚନା ଅନୁସାରେ, କାରଟି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପିପିଲି ଟୋଲ୍ ପ୍ଲାଜା ନିକଟରେ ପହଞ୍ଚିବା ପରେ କୌଣସି କାରଣରୁ କାରଟି ନିୟନ୍ତ୍ରଣ ହରାଇଥିଲା। ଫଳରେ ଟୋଲ୍ ପ୍ଲାଜାର ବାରିକେଡ୍‌କୁ ଧକ୍କା ଦେଇ ଭାଙ୍ଗିବା ପରେ କାରଟି ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା।

ପରେ ପମଶର ସିଡି ନିକଟରେ କାରଟି ଏକ ଷଣ୍ଢକୁ ଧକ୍କା ଦେଇଥିଲା। ଏହାପରେ ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେବାରୁ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ଷଣ୍ଢ ଓ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ରାଜପଥରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି। ମୃତଦେହ ଉଦ୍ଧାର କରାଯାଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।

କାରଟି କିପରି ନିୟନ୍ତ୍ରଣ ହରାଇଲା, ଏହାର ବେଗ କେତେ ଥିଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କଣ—ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଯାନବାହନ ଚଳାଚଳର ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।

କାର ଧକ୍କା ସିରିଜ୍ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ବଡ଼ ନିଷ୍ପତ୍ତି: ବାତିଲ ହେଲା ୪୪ ନିଯୁକ୍ତି ପରୀକ୍ଷା, JSSC-CGL ମଧ୍ୟ ରଦ୍ଦ

August 19, 2026

ଭୁବନେଶ୍ଵରରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ କେମିତି ହେଲେ ଆଇପିଏସ୍?: ପଢ଼ନ୍ତୁ ପ୍ରହ୍ଲାଦ ମୀନାଙ୍କ କାହାଣୀ 

August 19, 2026

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

August 19, 2026

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026
Latest News

NEET-JEE ମାଗଣା କୋଚିଂ: ଅକ୍ଟୋବର ୨ ରୁ ଆରମ୍ଭ ହେବ ଯୋଜନା!

August 19, 2026

ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ

August 19, 2026

ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ବଡ଼ ନିଷ୍ପତ୍ତି: ବାତିଲ ହେଲା ୪୪ ନିଯୁକ୍ତି ପରୀକ୍ଷା, JSSC-CGL ମଧ୍ୟ ରଦ୍ଦ

August 19, 2026

ଭୁବନେଶ୍ଵରରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ କେମିତି ହେଲେ ଆଇପିଏସ୍?: ପଢ଼ନ୍ତୁ ପ୍ରହ୍ଲାଦ ମୀନାଙ୍କ କାହାଣୀ 

August 19, 2026

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.