Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ଗଭୀର ଅବପାତ ପ୍ରଭାବ: ଫୁଲୁଛି ନଦୀ, ବଢ଼ୁଛି ବନ୍ୟା ଆଶଙ୍କା
ଆଜିର ଖବର

ଗଞ୍ଜାମରେ ଗଭୀର ଅବପାତ ପ୍ରଭାବ: ଫୁଲୁଛି ନଦୀ, ବଢ଼ୁଛି ବନ୍ୟା ଆଶଙ୍କା

September 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ: ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପ୍ରମୁଖ ନଦୀ ଋଷିକୁଲ୍ୟା, ବଡ଼ନଦୀ, ବାଘୁଆ ଓ ଘୋଡ଼ାହାଡ଼ରେ ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବିଶେଷ କରି ଗଞ୍ଜାମର ଲାଇଫଲାଇନ୍‌ ଭାବେ ପରିଚିତ ଋଷିକୁଲ୍ୟା ନଦୀରେ ବନ୍ୟା ଆଶଙ୍କା ବଢ଼ିଛି।

ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ଥିବା ଜାନିବିଲି ଆନିକଟରେ ବିପଦ ସଙ୍କେତ ୧୪ ଫୁଟ ରହିଥିବାବେଳେ ରାତିରେ ସେଠାରେ ୧୩ ଫୁଟ ୪ ଇଞ୍ଚ ବନ୍ୟାଜଳ ପ୍ରବାହିତ ହେଉଥିଲା। ସେହିପରି ଆସିକାରେ ବିପଦ ସଙ୍କେତ ୬ ଫୁଟ ୭ ଇଞ୍ଚ ଥିବା ବେଳେ ୪ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଛି । ତେବେ ଆସିକାର କିଛି ଅଞ୍ଚଳରେ ଋଷିକୁଲ୍ୟା ନଦୀର ପାଣି ପଶିଥିବା ସୂଚନା ମିଳିଛି।

ଅନ୍ୟପଟେ ବଡ଼ନଦୀ, ବାଘୁଆ ଓ ଘୋଡ଼ାହାଡ଼ ନଦୀରେ ମଧ୍ୟ ଜଳସ୍ତର ବଢ଼ିବାରୁ ସ୍ଥିତି ଜଟିଳ ହେବା ଆଶଙ୍କା ଦେଖାଦେଇଛି। ସେରଗଡ଼ କୁମାରପାଣି ସ୍କୁଲ ପରିସରରେ ନଦୀପାଣି ପଶିଥିବା ବେଳେ ସେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଧ୍ୟ ପାଣି ଜମିଛି।

ଲଗାଣ ବର୍ଷାରେ ଧରାକୋଟ ବ୍ଲକର ଅନେକ ଉପାନ୍ତ ଗାଁର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। କେତେକ ଗାଁର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

ଭଳିଆଗୁଡ଼ା ଗାଁରେ ଗର୍ଭବତୀ ମହିଳା ଓ କିଛି ଶିଶୁ ଅସୁସ୍ଥ ଥିବା ଖବର ପାଇବା ପରେ ଧରାକୋଟରୁ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଯୋଗାଇଛନ୍ତି। ଏହାସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି।

ସେପଟେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ଏବେ ବି ବର୍ଷା ଜାରି ରହିଥିବାରୁ ଯେକୌଣସି ସମୟରେ ବନ୍ୟାଜଳ ଗାଁ ଭିତରକୁ ପଶିବା ଆଶଙ୍କା ରହିଛି। ଏହାକୁ ନଜରରେ ରଖି ସେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁର ଲୋକେ ରାତି ଅନିଦ୍ରା ହୋଇ ପାଳି କରି ଜଗି ରହିଛନ୍ତି। ନଦୀର ଜଳସ୍ତର ଓ ବର୍ଷା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଲୋକଙ୍କ ମଧ୍ୟରେ ବନ୍ୟା ଭୟ ବଢ଼ିଛି।

#HeavyRainfall #OdishaWeather #ଋଷିକୁଲ୍ୟାନଦୀ #ଓଡ଼ିଶାପାଣିପାଗ #ଓଡ଼ିଶାବନ୍ୟା #ଗଞ୍ଜାମବନ୍ୟା #ଗଭୀରଅବପାତ #ଘୋଡ଼ାହାଡ଼ନଦୀ #ବଡ଼ନଦୀ #ବନ୍ୟାଆଶଙ୍କା #ବର୍ଷାବିତ୍ପାତ #FloodAlert #ବାଘୁଆନଦୀ #ଲଗାଣବର୍ଷା #ସେରଗଡ଼ Ganjam OdishaFlood ଆସିକା ଗଞ୍ଜାମ ଧରାକୋଟ
Share. Facebook Twitter LinkedIn Email WhatsApp Copy Link

Related Posts

UPI ଚାର୍ଜ ନେଇ ବଡ଼ ଅପଡେଟ୍: ଭାରତ ସହ ୧୧ ଦେଶରେ ଲାଗିବ ନୂଆ MDR

September 25, 2026

Asian Games 2026: ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ, ୧୦ ମିଟର ଏୟାର ପିସ୍ତଲରେ କମଲଜିତ-ସୁରୁଚିଙ୍କ କମାଲ

September 25, 2026

ଶିମିଳିପାଳ ପାଦଦେଶରେ ବନ୍ୟା ବିତ୍ପାତ: ନାଲି କାଦୁଅ ପାଣିରେ ବୁଡ଼ିଲା ପୋଲ, ବାରିପଦା-ଭୁବନେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

September 25, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ବାତିଲ ହେଲା ଏକାଧିକ ଟ୍ରେନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

September 25, 2026
Latest News

ଗଞ୍ଜାମରେ ଗଭୀର ଅବପାତ ପ୍ରଭାବ: ଫୁଲୁଛି ନଦୀ, ବଢ଼ୁଛି ବନ୍ୟା ଆଶଙ୍କା

September 25, 2026

UPI ଚାର୍ଜ ନେଇ ବଡ଼ ଅପଡେଟ୍: ଭାରତ ସହ ୧୧ ଦେଶରେ ଲାଗିବ ନୂଆ MDR

September 25, 2026

UPI ବନାମ କ୍ରେଡିଟ୍ କାର୍ଡ ବନାମ ଡେବିଟ୍ କାର୍ଡ: କେଉଁଥିରେ କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 25, 2026

Asian Games 2026: ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ, ୧୦ ମିଟର ଏୟାର ପିସ୍ତଲରେ କମଲଜିତ-ସୁରୁଚିଙ୍କ କମାଲ

September 25, 2026

ଶିମିଳିପାଳ ପାଦଦେଶରେ ବନ୍ୟା ବିତ୍ପାତ: ନାଲି କାଦୁଅ ପାଣିରେ ବୁଡ଼ିଲା ପୋଲ, ବାରିପଦା-ଭୁବନେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.