Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ
ଆଜିର ଖବର

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ଆଇଟି କମ୍ପାନୀଗୁଡ଼ିକର କାର୍ଯ୍ୟାଳୟକୁ କେବଳ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ସୀମିତ ନରଖି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଓ ସହରକୁ ସମ୍ପ୍ରସାରିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଉପକୂଳ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ନୂତନ ଆଇଟି ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ କଟକ, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ ଓ ସୁନ୍ଦରଗଡ଼ ଭଳି ୧୨ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ଫିଜିବିଲିଟି ଷ୍ଟଡି (Feasibility Study) କରାଯାଇ ଏହିସବୁ ଜିଲ୍ଲାରେ ଉପଯୁକ୍ତ ସହର ଓ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଶେଷ ହେବ।

ଏହି ସମ୍ପ୍ରସାରଣ ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲାରେ ଏକ ବିଶେଷ ଟେକ୍ ବିଜିନେସ୍ ପାର୍କ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ସହ ଡିପିଆର୍ (DPR) ମଧ୍ୟ ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ଖୁବ୍ଶୀଘ୍ର ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (EOI) ଆହ୍ୱାନ କରାଯିବ।

ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ଆଇଟି ଭିତ୍ତିଭୂମିକୁ ଅଧିକ ଆଧୁନିକ କରିବା ପାଇଁ ମଧ୍ୟ ବଡ଼ ନିବେଶ ହେବାକୁ ଯାଉଛି। ବର୍ତ୍ତମାନ ଇନଫୋସିଟି, ଇନଫୋଭ୍ୟାଲି ଓ STPI ପାର୍କରେ କମ୍ପାନୀଗୁଡ଼ିକୁ ରିହାତି ଦରରେ ସୁବିଧା ଯୋଗାଯାଉଥିବା ବେଳେ, ଡମଣା ଛକ ନିକଟରେ ୨୫ ଏକର ଜମିରେ ଏକ ‘ମେଗା ଆଇକନିକ୍ ଆଇଟି ପାର୍କ’ ନିର୍ମାଣ ହେବ। ଏହି ପାର୍କରେ ୫୦,୦୦୦ କୋଟି ଟଙ୍କାର ନିବେଶ ଯୋଜନା ରହିଛି, ଯେଉଁଥିରୁ ୭୦% ଅଞ୍ଚଳ ଆଇଟି କମ୍ପାନୀଗୁଡ଼ିକ ପାଇଁ ଏବଂ ବାକି ୩୦% ଅଞ୍ଚଳ ଆବାସିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ବ୍ୟବହୃତ ହେବ।

ରାଜ୍ୟ ସରକାରଙ୍କ ‘ଆଇଟି ନୀତି-୨୦୨୫’ ଅନୁଯାୟୀ, ରାଜ୍ୟର ଆଞ୍ଚଳିକ ଦକ୍ଷତାକୁ ଆଧାର କରି ୮ଟି ବିଶେଷ ‘ଥିମ୍-ବେସ୍ଡ’ (Theme-Based) ଆଇଟି ପାର୍କ ନିର୍ମାଣ କରାଯିବ। ଏହି ନୀତି ଅନୁସାରେ ଭୁବନେଶ୍ୱରରେ ଫିନ୍ଟେକ୍ ସିଟି, କଟକରେ ଲିଗାଲ୍ ଟେକ୍, ଡାଟାସେଣ୍ଟର ଓ ଡିଜାଷ୍ଟର ରିକଭରି, ରାଉରକେଲାରେ ସେମିକଣ୍ଡକ୍ଟର ଓ AI, ବ୍ରହ୍ମପୁରରେ ESDM ଓ ଆଇଟି ସେବା, ସମ୍ବଲପୁର-ଝାରସୁଗୁଡ଼ାରେ ଡିଜିଟାଲ୍ ଲଜିଷ୍ଟିକ୍ସ, ବାଲେଶ୍ୱର-ଭଦ୍ରକରେ ଡିଫେନ୍ସ ଟେକ୍ ଓ ଡ୍ରୋନ୍, ଯାଜପୁର-କଳିଙ୍ଗନଗରରେ ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ ଏବଂ ପୁରୀ-କୋଣାର୍କରେ ଟୁରିଜିମ୍ ଟେକ୍, AR/VR କୁ ଅଗ୍ରାଧିକାର ଦେଇ ଆଇଟି ପାର୍କ ଗଢ଼ାଯିବ।

#DigitalOdisha #ITInOdisha #ITParkOdisha ITHUB
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026
Latest News

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026

ପାର୍ବଣରେ ରେଳବାଇର ବଡ଼ ଘୋଷଣା! ପାର୍ସଲ ବୁକିଂରେ ୨୫% ରିହାତି, କିଏ ପାଇବେ ଏହି ସୁବିଧା?

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.