Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Citizen Centric Pan-India Rail Jan Samvaad to Be Held at All Stations
Citizen Centric Pan-India Rail Jan Samvaad to Be Held at All Stations

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ସ୍ୱଚ୍ଛତା ପକ୍ଷ ୨୦୨୬ ପାଳନ ଅବସରରେ ବିଭିନ୍ନ ସଫେଇ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଏବଂ ଯାତ୍ରୀଙ୍କ ସହ ଜନସମ୍ବାଦ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା, ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ନିଶ୍ଚିତ କରିବା ଏବଂ ରେଳବାଇ କର୍ମଚାରୀ ଓ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା।

ଏହି ଅଭିଯାନ ଅନ୍ତର୍ଗତ କାର୍ଯ୍ୟାଳୟ ପରିସରର ଯାନ୍ତ୍ରିକ ସଫେଇ, ରେଳଧାରଣା ପାର୍ଶ୍ୱରୁ ବର୍ଜ୍ୟବସ୍ତୁ ଓ ପୁରୁଣା ଆବର୍ଜନା ହଟାଇବା ସହ ଇ-ବର୍ଜ୍ୟବସ୍ତୁ ଏବଂ ପୁରୁଣା ଫାଇଲଗୁଡ଼ିକର ଉପଯୁକ୍ତ ନିଷ୍କାସନ ଭଳି କାର୍ଯ୍ୟ କରାଯାଇଛି। ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କୁଇଜ୍ ପ୍ରତିଯୋଗିତା ସହ ଶିଶୁମାନଙ୍କ ପାଇଁ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

ଚାଲୁ ରହିଥିବା ସ୍ୱଚ୍ଛତା ଅଭିଯାନ ୬.୦ର ଅଂଶସ୍ୱରୂପ ରାୟଗଡ଼, ବଲାଙ୍ଗୀର, ବରପାଲି ଓ ଟିଟିଲାଗଡ଼ ରେଳ ଷ୍ଟେସନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଓ ଯାତ୍ରୀମାନେ ଉତ୍ସାହର ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ମାଧ୍ୟମରେ ଯାତ୍ରୀମାନେ ରେଳ ଅଧିକାରୀଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହ ଷ୍ଟେସନରେ ଉପଲବ୍ଧ ଯାତ୍ରୀ ସୁବିଧା, ଟ୍ରେନର ସ୍ୱଚ୍ଛତା ଓ ସେବା ପ୍ରଦାନ ସମ୍ପର୍କରେ ନିଜ ଅନୁଭୂତି, ପରାମର୍ଶ ଓ ମତାମତ ରଖିଥିଲେ। ଯାତ୍ରୀମାନଙ୍କ ମତାମତ ଓ ପରାମର୍ଶ ଆଧାରରେ ସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କ୍ଷେତ୍ର ଚିହ୍ନଟ କରିବା ସହ ଯାତ୍ରୀ ସନ୍ତୋଷ ବୃଦ୍ଧି କରିବାରେ ସହାୟତା ମିଳିବ। ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛତା, ଉନ୍ନତ ଯାତ୍ରୀ ସୁବିଧା ଏବଂ ଯାତ୍ରୀକୈନ୍ଦ୍ରିକ ରେଳ ସେବା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଜନସମ୍ବାଦ ପୂର୍ବତଟ ରେଳପଥ ସ୍ୱଚ୍ଛତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାମଲୀଲା ରାଲି ପୂର୍ବରୁ ରିଜିଜୁଙ୍କ କଂଗ୍ରେସକୁ ୫ ପ୍ରଶ୍ନ: CEC ଙ୍କୁ ନେଇ ବଡ଼ ବୟାନ

October 31, 2026

ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ପରଲୋକ

October 31, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ

October 31, 2026

NC ରେ ବିଦ୍ରୋହ!: ୧୮ ବିଧାୟକଙ୍କ ଗୁପ୍ତ ବୈଠକ: କ୍ୟାବିନେଟ ଅଦଳବଦଳକୁ ନେଇ ଅସନ୍ତୋଷ

October 31, 2026
Latest News

ରାମଲୀଲା ରାଲି ପୂର୍ବରୁ ରିଜିଜୁଙ୍କ କଂଗ୍ରେସକୁ ୫ ପ୍ରଶ୍ନ: CEC ଙ୍କୁ ନେଇ ବଡ଼ ବୟାନ

October 31, 2026

ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ପରଲୋକ

October 31, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ

October 31, 2026

NC ରେ ବିଦ୍ରୋହ!: ୧୮ ବିଧାୟକଙ୍କ ଗୁପ୍ତ ବୈଠକ: କ୍ୟାବିନେଟ ଅଦଳବଦଳକୁ ନେଇ ଅସନ୍ତୋଷ

October 31, 2026

ରାମଲୀଲା ମୈଦାନ ରାଲିରୁ ଦୂରେଇ ରହିବେ ବିରୋଧୀଙ୍କ ୪ ଦଳ: TVK-BJD ର ଆଭିମୁଖ୍ୟ କ’ଣ?

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.