କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିବାଦ ତେଜିବାରେ ଲାଗିଛି। ନାମାଙ୍କନ ଦାଖଲ ଓ ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ରେଭେନ୍ସା ଭିନ୍ନକ୍ଷମ ଛାତ୍ର ସଂଗଠନ ଏବଂ ଏଆଇଡିଏସଓ ସଦସ୍ୟମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଇଣ୍ଟିଗ୍ରେଟେଡ୍ ବିଏଡ୍ ଚତୁର୍ଥ ବର୍ଷର ଛାତ୍ରୀ ସ୍ୱପ୍ନରାଣୀ ପ୍ରଧାନଙ୍କ ନାମାଙ୍କନକୁ ଯାଞ୍ଚ ବେଳେ ନାକଚ କରାଯାଇଛି। ତେବେ ଏଭଳି କୌଣସି ନିୟମ ନଥିବା ଦାବି କରି ସ୍ୱପ୍ନରାଣୀ କୁଳପତିଙ୍କ ଅଫିସ୍ ଆଗରେ ଆମରଣ ଅନଶନ ଚଳାଇଛନ୍ତି। ଏହି ଘଟଣା ଏବେ କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ପାଳିଛି। ନାମାଙ୍କନ ନାକଚର ପ୍ରକୃତ କାରଣ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ଉପରେ ସମସ୍ତଙ୍କ ନଜର ରହିଛି।


