Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ ଏନ୍‌ଆରସି : ଉଦ୍ଧବ ଠାକ୍‌ରେ
ଆଜିର ଖବର

ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ ଏନ୍‌ଆରସି : ଉଦ୍ଧବ ଠାକ୍‌ରେ

February 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ (ସିଏଏ) ନାଗରିକତା ଛଡାଇବା ପାଇଁ ନୁହେଁ, ଏହା ନାଗରିକତା ଦେଇଥାଏ । ଯଦି ଏନ୍‌ଆରସି ଲାଗୁ କରାଯିବ, ତେବେ ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ପାଇଁ ନାଗରିକତା ପ୍ରମାଣ କରିବା ବହୁତ କଷ୍ଟକର ହେବ । ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି । ଏହା ପୂର୍ବରୁ ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଅଧିନିୟମର ସାମ୍ବଧାନିକ ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୋଦି ସରକାର ଏହି ଆଇନ ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ, ଆଫଗାନିସ୍ଥାନ ଓ ବଙ୍ଗଳାଦେଶରେ ରହିଥିବା ତଥା ନିର୍ଯାତିତ ହେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଯଥା  – ହିନ୍ଦୁ, ଶିଖ, ଈସାଇ, ଜୈନ୍‌, ବୌଦ୍ଧ ଓ ପାର୍ସୀ ସମୁଦାୟଙ୍କ ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ । ହିନ୍ଦୁସ୍ତାନରେ ରହୁଥିବା ମୁସଲମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ । ସେହିପରି ଏନ୍‌ଆରସିକୁ ନେଇ ଏପର୍ଯ୍ୟନ୍ତ କିଛି ଯୋଜନା ପ୍ରସ୍ତୁତ ହୋଇନଥିବାର କହିଛନ୍ତି । (ଏଜେନ୍ସି)

NRC udhavthakery
Share. Facebook Twitter LinkedIn Email WhatsApp Copy Link

Related Posts

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026
Latest News

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.