କରୋନା ସଙ୍କଟ : ନିଜ ରାଜ୍ୟର ଦାୟିତ୍ବ ଗ୍ରହଣ ପାଇଁ ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି

Published: Mar 26, 2020, 8:34 pm IST

ନୂଆଦିଲ୍ଲୀ : ନିଜ ନିଜ ରାଜ୍ୟର ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜର ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଭାବରେ ବିଭିନ୍ନ ନେତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନେତାମାନେ ନିଜ ରାଜ୍ୟର କରୋନା ସମ୍ପର୍କିତ ଅପଡେଟ୍‌ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସ୍ଥାନୀୟ ପ୍ରଶାସନ ସହିତ ନିୟମିତ ସମ୍ପର୍କ ରଖିବା ସହିତ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ । ମୁଖ୍‌ତାର ଆବ୍ବାସ ନକ୍‌ଭୀଙ୍କୁ ଝାରଖଣ୍ଡର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରକାଶ ଜାଭଡେକର ଏବଂ ନୀତିନ୍‌ ଗଡକରୀଙ୍କୁ ମହାରାଷ୍ଟ୍ରର ଦାୟିତ୍ବ ପ୍ରଦାନ କରାଯାଇଛି । ରାଜନାଥ ସିଂ, ମହେନ୍ଦ୍ର ନାଥ ପାଣ୍ଡେ, ସଞ୍ଜୀବ ବଲ୍ୟାନ ଏବଂ କ୍ରିଷ୍ଣପାଲ ଗୁର୍ଜରଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ବ ପ୍ରଦାନ କରାଯାଇଛି ।

ରବିଶଙ୍କର ପ୍ରସାଦଙ୍କୁ ବିହାରର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ରାମ ବିଳାଶ ପାଶ୍ବାନ ଏବଂ ଗଜେନ୍ଦ୍ର ଶିଂ ଶେଖାଓ୍ବାତଙ୍କୁ ଯଥାକ୍ରମେ ରାଜସ୍ଥାନ ଏବଂ ପଞ୍ଜାବର ଦାୟିତ୍ବ ପ୍ରଦାନ କରାଯାଇଛି । (ଏଜେନ୍ସି)

Related posts