କୋଭିଡ୍‌-19 : ନିଟ୍‌ ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

Published: Mar 27, 2020, 8:40 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା (ନିଟ୍‌) ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ମେ 3 ତାରିଖରେ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ଦେଶରେ 21 ଦିନ ବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Related posts