Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ହେଉଛି ପହିଲି ରଜ :  କରୋନା ପାଇଁ ଗାଁଠୁ ସହର ଯାଏ ଜାରି ହୋଇଛି ରଜ କଟକଣା
ଆଜିର ଖବର

ଆଜି ହେଉଛି ପହିଲି ରଜ :  କରୋନା ପାଇଁ ଗାଁଠୁ ସହର ଯାଏ ଜାରି ହୋଇଛି ରଜ କଟକଣା

June 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ହେଉଛି ପହିଲି ରଜ । ଓଡ଼ିଶାର ଲୋକପ୍ରିୟ ପର୍ବମାନଙ୍କ ମଧ୍ୟରୁ ଏହି ପର୍ବ ଅନ୍ୟତମ । ତିନି ଦିନବ୍ୟାପୀ ପାଳିତ ହେଉଥିବା ରଜ ପର୍ବ ଉପକୂଳବର୍ତ୍ତୀ ଓଡ଼ିଶାରେ ଏହା ବେଶ୍‌ ଲୋକପ୍ରିୟ । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରଜ ପର୍ବ ଉତ୍ସାହ ନାହିଁ । ସଟ୍‌ଡାଉନ୍‌ରେ ସଜବାଜ ହୋଇଥିବାବେଳେ ଲକ୍‌ ଡାଉନ୍‌ରେ ପାଳିତ ହେଉଛି ରଜ। ରଜ ସମୟରେ ଅଧିକ ଗହଳି ନ ହେବା ପାଇଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ରଜ କଟକଣା ଜାରି ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରଜ କଟକଣା ଜାରି କରାଯାଇଛି ।

ଗାଁ ଠୁ ସହର ଯାଏଁ ସର୍ବସାଧାରଣ ସ୍ଥଳରେ ରଜ ଦୋଳି ନାହିଁ କି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେଉଥିବା ରଜ ମଉଜ ମଧ୍ୟ ଚଳିତ ଥର ଦେଖିବାକୁ ମିଳିବ ନାହିଁ । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଥିବାବେଳେ ସମସ୍ତ ପାର୍କ, ରେୁଷ୍ଟରାଣ୍ଟ ମଲ୍‌ ଆଦି ବନ୍ଦ ରହିଛି । ଏହି ଭଳି ଏକ ପରିସ୍ଥିତିରେ ଆଜି ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । ସର୍ବସାଧାରଣସ୍ଥଳରେ ରଜ ପର୍ବ ପାଳନ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି ।ତେଣୁ ରାଜ୍ୟରେ ସାମୁହିକ ସମାବେଶ, ରଜଦୋଳି, ବାଗୁଡ଼ି, ତାସ ଖେଳ ଉପରେ କଟକଣା ଲାଗୁ ହୋଇଛି। ଗୋଟିଏ ସ୍ଥାନରୁ 7ରୁ ଅଧିକ ଲୋକ ଏକାଠି ହେବାକୁ ବାଣଣ କରାଯାଇଛି । ସେହିପରି ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଲାଗୁ ହୋଇଥିବା ସଟଡାଉନ ରଜ ପର୍ବରେ ଅଧିକ ପ୍ରଭାବ ପକାଇଛି ।

ଓଡ଼ିଶାର ଲୋକପ୍ରିୟ ପର୍ବ ରଜରେ ଏବେ ସମେସ୍ତ ଘରେ ରହି ପର୍ବକୁ ପାଳନ କରିବା ପୂର୍ବକ କରୋନାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ରଜ ବାହାନାରେ କରୋନାକୁ ନିମନ୍ତ୍ରଣ ନ କରି ରଜ ସମୟରେ ନିଜ ପରିବାର ଲୋକଙ୍କ ସହ ଏକାଠି ସମୟ କାଟନ୍ତୁ ଓ କରୋନାକୁ ଦୂରେଇ ଦିଅନ୍ତୁ ।

କରୋନା କଟକଣା ପହିଲି ରଜ ରଜ କଟକଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.