Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକଡାଉନ୍‌ ନିୟମ ଭାଙ୍ଗିବାରୁ ଯୁବକଙ୍କ ଗାଡିକୁ ଜବତ‌ କଲା ପୋଲିସ୍‌ : ରାଗରେ ନିଜକୁ ନିଆଁ ଲଗାଇଲେ ଯୁବକ
ଆଜିର ଖବର

ଲକଡାଉନ୍‌ ନିୟମ ଭାଙ୍ଗିବାରୁ ଯୁବକଙ୍କ ଗାଡିକୁ ଜବତ‌ କଲା ପୋଲିସ୍‌ : ରାଗରେ ନିଜକୁ ନିଆଁ ଲଗାଇଲେ ଯୁବକ

July 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : କରୋନା ମହାମାରୀ ଯୋଗୁଁ ଦେଶ ସାରା ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଜୁଲାଇର ପ୍ରଥମାର୍ଦ୍ଧରୁ ଅନେକ ସ୍ଥାନରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କରୋନା ମାମଲା ବୃଦ୍ଧି ଦେଖି କିଛି କଟକଣା ଜାରି କରାଯାଇଛି । କିନ୍ତୁ ଦେଖାଯାଉଛି କେହି କେହି ଏହାର କଟକଣା ପାଳନ କରୁନାହାନ୍ତି । ନିକଟରେ ତାମିଲନାଡୁର ତିରୁପଟ୍ଟୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଲକ୍‌ଡାଉନ୍‌ ନିୟମର କଟକଣାକୁ ଠିକ୍‌ ରୂପେ ପାଳନ ନ କରିବାରୁ ପୋଲିସ୍‌ ଉକ୍ତ ଯୁବକକୁ ଅଟକ ରଖିବା ସହ ତାଙ୍କ ଗାଡିକୁ ଜବତ କରିଥିଲା କିନ୍ତୁ ଯୁବକ ଜଣକ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜକୁ ନିଆଁ ଲଗାଇଦେଇଛି ।

ମିଳିଥିବା ସୂଚନା ଅନୁସାରେ ଯୁବକଟିର ନାମ ମୁଗଲିନ୍‌ । 27 ବର୍ଷୀୟ ମୁଗଲିନ୍‌ ଅମ୍ବୁର୍‌ର ଅାନ୍ନା ନଗରରେ ରହୁଥିଲେ । ରବିବାର ଦିନ ସେ ତାଙ୍କ ଦୁଇ ଚକିଆ ଯାନରେ ମଟଗରସ୍ତି ଯିବା ସମୟରେ ଧରାପଡିଥିଲେ । ତାମିଲନାଡୁରେ ଜୁଲାଇ 31 ପର୍ଟ୍ରନ୍ତ ସମସ୍ତ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । କିନ୍ତୁ ମୁଗଲିନ୍‌ ଏହି ନିୟମର ପାଳନ କରିନଥିଲେ । ସ୍ଥାନୀୟ ପୋଲିସ୍‌ ଜିଲ୍ଲାରେ ବହୁ ସ୍ଥାନରେ ଚେକ୍‌ ପୋଷ୍ଟ କରିଛନ୍ତି ।

ମଗୁଲିନ୍‌କୁ ଅଟକ ରଖିଥିଲେ ପୋଲିସ୍‌ । ଏହା ପରେ ପୁଲିସ୍‌ ତାଙ୍କ ଦୁଇଚକିଆ ଗାଡିକୁ ଜବତ କରିବା ସହ ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା 269 ଓ 188, କରୋନା ମହାମାରୀ ଅନ୍ତର୍ଗତ ସେକ୍ସନ 2 ଓ 3ଅନ୍ତର୍ଗତ ବିପର୍ଯ୍ୟୟ ଆଇନ 51 (ବି) ଆଧାରରେ ମାମଲା ରୁଜୁ କରିଥିଲା ।

ଏହା ପରେ ମୁଗଲିନ୍‌ ପୋଲିସ୍‌ ସହ ଯୁକ୍ତିତର୍କ କରିଥିଲେ । ପୋଲିସ୍‌ ତାଙ୍କ ଗାଡି ଦେବାକୁ ମନା କରିଥିଲ । ଏହା ପରେ ମୁଗଲିନ୍‌ ରାଗରେ ଘରକୁ ଫେରି କିରୋସିନି ଆଣି ପୋଲିସ୍‌ ଚେକ୍‌ ପୋଷ୍ଟର କିଛି ଦୂରରେ ନିଜକୁ ନିଆଁ ଲଗାଇ ଦେଇଥିଲା । ଏହାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି ।

ମଗୁଲିନ୍‌ଙ୍କୁ ତୁରନ୍ତ ଅମ୍ବୁରର ସରକାରୀ ହସ୍ପିଟାଲ ନିଆଯାଇଥିଲା । ଏହା ପରେ ତାଙ୍କୁ ବେଲ୍ଲୋର ସିଏମ୍‌ସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ତାଙ୍କ ଶରୀରର 80 ପ୍ରତିଶତ ଜଳି ଯାଇଛି ।  ତିରୁପଟ୍ଟୁରର ଏସ୍‌ପି ବିଜୟ କୁମାର ଡିଏସ୍‌ପି ପ୍ରବୀଣ କୁମାର ବିଭାଗୀୟ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। (ଏଜେନ୍ସି)

fire
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.