Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଅଘଟଣ, ଗଛ ଡାଳ ପଡ଼ି ଯୁବକ ଗୁରୁତର
ଆଜିର ଖବର

ବାଣପୁରରେ ଅଘଟଣ, ଗଛ ଡାଳ ପଡ଼ି ଯୁବକ ଗୁରୁତର

July 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର, ଆଜି ସନ୍ଧ୍ୟାରେ ବାଣପୁର ପଲଟନ ପଡିଆ ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଯୁବକଙ୍କ ମୁଣ୍ଡ ଉପରେ ଗଛର ବିରାଟ ଡାଳ ଛିଣ୍ଡି ପଡ଼ିବାରୁ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହତ ବ୍ୟକ୍ତି ଜଣକ ହେଲେ ବାଣପୁର ଏନ.ଏ.ସି ଅନ୍ତର୍ଗତ ଅଚ୍ୟୁତରାଜପୁର ଗାଁର ବସନ୍ତ ଜେନାଙ୍କ ପୁଅ ୨୭ ବର୍ଷ ବୟସ୍କ ଶଙ୍କର ଜେନା। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଶଙ୍କର ଏବଂ ତାଙ୍କ ସହଯୋଗୀ ନଟକିଶୋର ଉଭୟେ ମୋଟରସାଇକେଲ ଯୋଗେ ପରିବା କିଣିବା ପାଇଁ ପଲଟନ ପଡିଆ ବଜାରକୁ ଯାଇଥିଲେ।  ପରିବା କିଣି ଘରକୁ ଫେରିବା ପାଇଁ ତତ୍ପର ହେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଶଙ୍କର ଠିଆ ହୋଇଥିବା ସ୍ଥାନରେ ଉପରୁ ଏକ ବିରାଟ ଗଛ ଡାଳ ତାଙ୍କ ମୁଣ୍ଡ ଉପରେ ଖସି ପଡିଥିଲା। ସାଙ୍ଗେ ସାଙ୍ଗେ ଶଙ୍କର ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।

ତାଙ୍କୁ ସହଯୋଗୀ ମାନେ ତୁରନ୍ତ ବାଣପୁର ଡାକ୍ତରଖାନା ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ତାଙ୍କ ମସ୍ତିଷ୍କରେ ଆଠଟି ଷ୍ଟିଚ ପଡିଥିବା ସ୍ଥଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ବାଣପୁର ଡାକ୍ତରଖାନା ଡାକ୍ତର ସୁରଜ ମେହେର ସୂଚନା ଦେଇଛନ୍ତି।

ବାଣପୁରରେ ଅଘଟଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026

RIଙ୍କୁ ମରଣାନ୍ତକ ଆକ୍ରମଣ

August 16, 2026

ପୋଲ ଉପରେ ଆଣ୍ଠୁଏ ପାଣି, ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଗର୍ଭବତୀଙ୍କୁ ବୋହିଲେ ପରିବାର

August 16, 2026
Latest News

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026

RIଙ୍କୁ ମରଣାନ୍ତକ ଆକ୍ରମଣ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.