ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌

Published: Jul 21, 2020, 10:54 pm IST

ସମ୍ବଲପୁର : ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ । 22 ତାରିଖଠାରୁ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ ସମ୍ବଲପୁର ଜିଲ୍ଲା । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି ।

10 ଦିନିଆ ସଟ୍‌ଡାଉନ୍‌ ଦୁଇ ଦଫାରେ ଲାଗୁ କରିବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । 22ରୁ 25 ପ୍ରଥମ ଦଫା ସଟ୍‌ଡାଉନ୍‌ ଲାଗୁହେବ ସେହିପରି 26ରୁ 31 ଦ୍ବିତୀୟ ଦଫା ସଟ୍‌ଡାଉନ୍‌ ହେବ। ସଟ୍‌ଡାଉନ୍‌ ସମୟରେ ଜିଲ୍ଲା ଭିତରେ ସରକାରୀ, ଘରୋଇ ପରିବହନକୁ ବାରଣ କରାଯାଇଛି । ସେହିପରି ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ସଟଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ ଦୁଇ ଚକିଆକୁ ବାରଣ କରାଯାଇଛି । ତେବେ ହସ୍ପିଟାଲ, କ୍ଲିନିକ୍‌, ଔଷଧ ଦୋକାନ, ପେଟ୍ରୋଲ୍‌ ପମ୍ପ, କ୍ଷୀର ଦୋକାନ, ଖାଦ୍ୟ ପାର୍ସଲ ନେବାକୁ ରାସ୍ତାକଡ ଢାବା  ଆଦି ଖୋଲା ରହିବ ବୋଲି ସୂଚନା ରହିଛି ।

Related posts