Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ନାରାୟଣୀଙ୍କ ପିଠରେ ବାଣପୁର ଏବଂ ବାଲୁଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ: ଏକାଧିକ ଆହତ
ଆଜିର ଖବର

ମା’ ନାରାୟଣୀଙ୍କ ପିଠରେ ବାଣପୁର ଏବଂ ବାଲୁଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ: ଏକାଧିକ ଆହତ

September 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମା’ ନାରାୟଣୀଙ୍କ ମନ୍ଦିର ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଆହତ ହୋଇଛନ୍ତି। ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ତରଫରୁ ଭେଜିପୁଟ ଫାଣ୍ଡିରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ ଘଟିକାରେ ମା’ ନାରାୟଣୀ ମନ୍ଦିର ପରିସରରେ ବାଣପୁର ଏକଡାଳିଆ ଗ୍ରାମର କିଛି ଶ୍ରଦ୍ଧାଳୁ ମାନେ ମା’ ଙ୍କ ପାଖେ ନିଜର ମାନସିକ ପୁରା କରିବା ପାଇଁ ଯାଇଥିଲେ। ସେହି ସମୟରେ ବାଲୁଗାଁର କିଛି ଯୁବକମାନେ ଉକ୍ତ ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିଲେ ଏବଂ ସେଠାରେ ଆଣିଥିବା ପାର୍ସଲ ଖାଦ୍ୟ ଖାଉଥିଲେ। ହଠାତ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଏବଂ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ଏକାଧିକ ଜଣ ଆହତ ହୋଇଥିବାସ୍ଥଳେ ଗୋଟେ ବାଇକ ସମ୍ପୂର୍ଣ ଚୁରମାର ହୋଇଯାଇଛି।

ଖବର ପାଇ ଘଟଣାସ୍ଥଳରେ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସଦଳବଳେ ପହଁଚି ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଥିଲେ। ଉଭୟ ଗୋଷ୍ଠୀର ଆହତମାନେ ବାଣପୁର ଏବଂ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହେଲେ ଏ ନେଇ ଖଲ୍ଲିକୋଟ ଥାନାରେ କେସ ନମ୍ବର ୪୦୭ ଏବଂ ୪୦୮ ରେ ଦୁଇ ଗୋଟି ମାମଲା ରୁଜୁହୋଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଗୋଷ୍ଠୀ ସଂଘର୍ଷ ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.