Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ଟ୍ରାଫିକ ବ୍ୟବସ୍ଥା ସୁଧାରିବାପାଇଁ ଅଣ୍ଟା ଭିଡିଲା ପୋଲିସ ପ୍ରଶାସନ, ଆଜିଠୁ ଲାଗୁ ହେଉଛି ଏହିସବୁ ନିୟମ
ଆଜିର ଖବର

ବାଲୁଗାଁ: ଟ୍ରାଫିକ ବ୍ୟବସ୍ଥା ସୁଧାରିବାପାଇଁ ଅଣ୍ଟା ଭିଡିଲା ପୋଲିସ ପ୍ରଶାସନ, ଆଜିଠୁ ଲାଗୁ ହେଉଛି ଏହିସବୁ ନିୟମ

November 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ  ଥାନା ପରିସରରେ ଏସ.ଡ଼ି.ପି.ଓ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବାଲୁଗାଁ ଆଇ.ଆଇ.ସି, ଏନ.ଏ.ସି କାର୍ଯ୍ଯନିର୍ବହୀ ଅଧିକାରୀଣି, ଅଗ୍ନିଶମ ଅଧିକାରୀ  ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନର  କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ  ଟ୍ରାଫିକ ନିୟନ୍ତ୍ରଣ  ଉପରେ ବିସ୍ତୃତ ଆଲୋଚନା ସହ  ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଆଲୋଚନା କରାଯାଇ ପୋଲିସ ପ୍ରଶାସନ ତରଫରୁ ଏନେଇ ନିଷ୍ପତ୍ତି ସବୁ ନିଆଯାଇଅଛି ଯାହା ଆଜିଠାରୁ ବାଲୁଗାଁ ସହରରେ ଲାଗୁ ହେବ।

-ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ଘରର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି।

-ସେହିପରି ଚିଲିକାରୋଡର ଦୋକାନୀ ମାନେ ଏନ.ଏ.ସି ଡ୍ରେନ ଉପରେ କୌଣସି ଜିନିଷ ରଖିବେ ନାହିଁ।

-କୌଣସି ଦୋକନୀ ତାଙ୍କ ଦୋକାନ ସମ୍ମୁଖରେ କୌଣସି ଉଠା ଦୋକାନୀଙ୍କୁ ବସିବା କିମ୍ବା ଠେଲା ଗାଡି ରଖିବା ପାଇଁ ପ୍ରଶୟ ଦେବେ ନାହିଁ।

-ଦୋକାନ ଆଗରେ ନିଜର, ନିଜ ଷ୍ଟାଫଙ୍କର କିମ୍ବା ଗ୍ରାହକଙ୍କର ଗାଡି ପାର୍କିଂ କରିବେ ନାହିଁ।

-ନିଜର ଜିନିଷପତ୍ର ଲୋଡିଂ ବା ଅନଲୋଡିଂ କେବଳ ରାତ୍ର ୯ ଘଟିକା ଠାରୁ ସକାଳ ୮ ଘଟିକା ମଧ୍ୟରେ  ଏବଂ ଅପରାହ୍ନ ୧ ଘଟିକା ଠାରୁ ୩ ଘଟିକା ମଧ୍ୟରେ କରିବା ପାଇଁ ସମୟ ଧାର୍ଯ୍ଯ କରାଯାଇଅଛି।

ସେହିପରି ଏନ୍‌ଏସିକୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ତାହା ନିମ୍ନରେ ପ୍ରଦତ୍ତ:

୧) ବଜାର ମଧ୍ୟରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ ହଟାଇବେ।

୨) ଉଠା ଦୋକନୀ ତଥା ଠେଲା ଗାଡି ବ୍ୟବସାୟୀ ମାନଙ୍କୁ ବଜାରର ଉଭୟ ପାର୍ଶ୍ବ ଯଥା ଏନ.ଏ.ସି ଅଡିଟୋରିୟମ ହଲ ନିକଟରେ ଏବଂ ପେଟ୍ରୋଲ ପମ୍ପଠାରୁ ବାଲୁଗାଁ ଥାନା ରୋଡ଼ ମଧ୍ୟରେ  ସେମାନଙ୍କ ବ୍ଯବସାୟ କରିବା ପାଇଁ ସୁବିଧା କରାଇବେ।

୩) ସେହିପରି ଗ୍ରାହକମାନଙ୍କ ମୋଟର ସାଇକେଲ ଓ ଅଟୋ ଗୁଡିକୁ ମଧ୍ଯ ବଜାରର ଉଭୟ ପାର୍ଶ୍ବରେ ପାର୍କିଂ କରିବାର ବ୍ୟବସ୍ଥା କରିବେ।

ଉପରୋକ୍ତ ନିୟମରେ  ଖିଲାପ କଲେ ପ୍ରଶାସନ ଜିନଷ ପତ୍ର ତଥା ଗାଡି ଇତ୍ଯାଦିକୁ ସିଜ୍ କରିପାରିବେ ଏବଂ  ଆବଶ୍ୟକ ସ୍ଥଳେ କେସ  ମଧ୍ୟ ଦେଇପାରିବେ।

ବାଲୁଗାଁ ସହରରେ ଏହି ସମସ୍ତ ନିୟମ ଆଜିଠାରୁ ଲାଗୁ କରାଯାଇଛି, ତେବେ ନିୟମ ସମ୍ପର୍କରେ ଜନସଚେତନତା ପାଇଁ ଏହି ନିୟମରେ ସାତଦିନ କୋହଳ କରାଯାଇଛି। ତେବେ ଧାର୍ଯ୍ୟ କୋହଳ ସମୟ ବାଦ୍‌ ଏହି ନିୟମକୁ କଡାକଡି କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି। ଏହି ନିୟମ ସମ୍ପର୍କରେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ସୂଚନା ଦେବା ସହ  ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ ଲୋଡିଛନ୍ତି। ଟ୍ରାଫିକକୁ ନିୟନ୍ତ୍ରଣ କରିବାପାଇଁ ବାଲୁଗାଁ ପୋଲିସର ଏହା ଏକ  ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ତେବେ ଏହା କେତେ ଫଳପ୍ରଦ ହେବ ଆଗାମୀ ଦିନରେ ଜଣାପଡିବ।

ଟ୍ରାଫିକ ବ୍ୟବସ୍ଥା ନିୟମ ପୋଲିସ ପ୍ରଶାସନ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.