Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା
ଜାତୀୟ ଖବର

ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

August 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ ।

ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ । ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ ।

ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ ।

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

reliance ril ଜିଓ ରିଲାଏନ୍ସ ଜିଓମାର୍ଟ ମୁକେଶ ଆମ୍ବାନୀ ରିଲାଏନସ ଏଜିଏମ ରିଲାଏନ୍ସ ହ୍ୱାଟସ୍‌ଆପ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026
Latest News

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.