Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ସରକାର
ଜାତୀୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ସରକାର

November 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ଆଜି ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଉନ୍ନୟନ କମିଶନର ଶ୍ରୀ ଜେନା କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ସାଧାରଣ ବ୍ୟାଙ୍କିଂ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ରହିଛି।

ଜାତୀୟ ସ୍ତରରେ ଏକ ଲକ୍ଷ ଜନସଂଖ୍ୟାର ୧୮.୧୨ ପ୍ରତିଶତ ସ୍ଥାୟୀ ବ୍ୟାଙ୍କ ଥିବାବେଳେ ଆମ ରାଜ୍ୟରେ ଏହା ୧୩.୦୬ ପ୍ରତିଶତ ରହିଛି। ଏହି ବ୍ୟବଧାନକୁ ଖୁବ୍‌ଶୀଘ୍ର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ସବୁ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ନଗଦ ଜମା ଅନୁପାତ ପ୍ରତିବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତିବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇ ସେପେଫମ୍ବର ୩୦ ସୁଦ୍ଧା ୭୬.୮୫ ପ୍ରତିଶତ ହୋଇଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପଞ୍ଜାବ ଏବଂ ସିନ୍ଧ୍‌ ବ୍ୟାଙ୍କ ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି କରିପାରିନାହାନ୍ତି। ଆଗାମୀ ଦିନରେ ଏ କ୍ଷେତ୍ରରେ ଅଗ୍ରଗତି ପାଇଁ ଦୃଷ୍ଟି ଦେବାକୁ ସେ ବ୍ୟାଙ୍କମାନଙ୍କୁ କହିଥିଲେ।

୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନାର ୫୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ପୂର୍ବବର୍ଷ ଏହା ୩୭.୪୧ ପ୍ରତିଶତ ଥିଲା। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉନ୍ନୟନ କମିଶନର ବ୍ୟାଙ୍କଗୁଡ଼ିକୁ ପ୍ରଶଂସା କରିଥିଲେ। ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲରେ ବେସରକାରୀ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟଙ୍କମାନଙ୍କଠାରୁ ଅଧିକ ସଫଳତା ପାଇଛନ୍ତି। ବ୍ୟାଙ୍କଗୁଡ଼ିକ ଏବଂ ଜିଲ୍ଲାପାଳମାନଙ୍କ ମିଳିତ ଉଦ୍ୟମରେ କୃଷିକ୍ଷେତ୍ରରେ ୫୫.୪୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ଉନ୍ନୟନ କମିଶନର ଦର୍ଶାଇଥିଲେ।

ଅର୍ଥ ସଚିବ ଶ୍ରୀ ବିଶାଲ କୁମାର ଦେବ ବୈଠକରେ ଉପସ୍ଥିତ ରହି ରାଜ୍ୟର ନଗଦ ଜମା ଅନୁପାତ, ବାର୍ଷିକ ଋଣ ଯୋଜନା କ୍ଷେତ୍ରର ଲକ୍ଷ୍ୟ ହାସଲ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନର ହାରାହାରି ଋଣ ପରିମାଣକୁ ୨.୭୦ ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିବା ଏବଂ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବା ସମ୍ବନ୍ଧରେ ଆଲୋଚନାରେ ମତ ରଖିଥିଲେ। କୃଷି, ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଏବଂ ରାଜ୍ୟର ପ୍ରଗତି ପାଇଁ ବ୍ୟାଙ୍କଗୁଡ଼ିକର ସମୟୋଚିତ ଋଣ ପ୍ରଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍‌.କେ. ବଶିଷ୍ଠ, ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌. ଏନ୍‌. ପଣ୍ଡା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ସି ଉଦୟ ଭାସ୍କର, ଏସ୍‌ବିଆଇର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୋମାଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ରଖିଥିଲେ।

SLBC ପ୍ରଦୀପ କୁମାର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଘରୋଇ ବସ ଭଡା ବଢିଲା

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.