ସୁନା ଦରରେ ରେକର୍ଡ ବୃଦ୍ଧି, 10 ଗ୍ରାମ ପିଛା 51 ହଜାର 833 ଟଙ୍କା

Published: Jul 27, 2020, 3:14 pm IST

ମୁମ୍ବାଇ, ସୁନାର ଦରବୃଦ୍ଧି କମିବାର ନାଁ ନେଉନାହିଁ। ଏହି ଧାରା ଜାରି ରହିବା ସହ ଏବେ ସୁନା ଦର 10 ଗ୍ରାମ ପିଛା ପହଞ୍ଚିଛି 51 ହଜାର 833 ଟଙ୍କାରେ, ଯାହାକି ସର୍ବକାଳୀନ ରେକର୍ଡ। କରୋନା ମହାମାରୀକୁ ବିଶ୍ବ ଅର୍ଥନୀତିରେ ଯେଉଁ ସ୍ଥିତି ଉପୁଜିଛି ତାହାକୁ ନେଇ ଚିନ୍ତା ବଢିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବାରେ ଲାଗିଛି।

ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ଇକ୍ହିଟିଜ ଏବଂ ପ୍ରପର୍ଟିଜ କାରବାର ଭଲ ହେଉନଥିବା ବେଳେ ସୁନାର ଚାହିଦା ବଢି ଚାଲିଛି। ଅର୍ଥନୈତିକ କ୍ଷେତ୍ରରେ ସବୁଠି ଅନିଶ୍ଚିତତା ଦେଖା ଦେଇଥିବା ବେଳେ ନିବେଶକାରୀ ମାନେ ସୁନା ଗଚ୍ଛିତ ରଖିବା ସବୁଠାରୁ ନିରାପଦ ମନେ କରୁଛନ୍ତି। ରୁପା ଦର ମଧ୍ୟ କିଲୋଗ୍ରାମ ପିଛା ସାଢେ 3 ହଜାର ଟଙ୍କା ବୃଦ୍ଧି ପାଇ 64 ହଜାର 740 ଟଙ୍କାରେ ପହଞ୍ଚିଛି।

Related posts