Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭଦ୍ର ମୁଖାଧାରୀ ଅପରାଧୀଙ୍କୁ ଧରିବା ପାଇଁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳପଥ ଆରମ୍ଭ କଲା ସାଇବର ସେଲ
ଅପରାଧ

ଭଦ୍ର ମୁଖାଧାରୀ ଅପରାଧୀଙ୍କୁ ଧରିବା ପାଇଁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳପଥ ଆରମ୍ଭ କଲା ସାଇବର ସେଲ

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
General Manager, East Coast Railway inaugurates Cyber Cell at ECoR Headquarter, Bhubaneswar:

ଭୁବନେଶ୍ବର, ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶ୍ରୀ ଶଶୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଉଦଘାଟନ କରିଛନ୍ତି l ଏଥିପାଇଁ ଉଚ୍ଚ ଗୁଣବତ୍ତାର ହାର୍ଡଓୟାର ଓ ସଫ୍ଟଓୟାର କ୍ରୟ କରାଯାଇ ସ୍ଥାପିତ କରାଯାଇଛି l ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଉଚ୍ଚ ପ୍ରଶିକ୍ଷିତ l

ଏହି ସାଇବର ସେଲ ନିଶ୍ଚିତ ରୂପେ ହାଇ ଟେକ ପଦ୍ଧତି ଓ ଆଇ ଟି ସିଷ୍ଟମ ମାଧ୍ୟମରେ ଭଦ୍ର ମୁଖାଧାରୀ ଅପରାଧୀ ମାନଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି l ବୃଦ୍ଧି ପାଉଥିବା ଅନ ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ, ସେ ଗୁରୁତ୍ୱାରୋପ କରିଥିଲେ l

ଅନଧିକୃତ ସଫ୍ଟଓୟାର / ଆପ୍ଲିକେସନ୍ ଦ୍ୱାରା ସଂରକ୍ଷଣ ପ୍ରଣାଳୀକୁ ବାଇପାସ କରି ଅଗ୍ରିମ ସଂରକ୍ଷଣ ବର୍ଥ କାରବାରରେ ସମ୍ପୃକ୍ତ ଅନୈତିକ ଲୋକଙ୍କୁ ଠାବ କରିବାରେ ଏହା ଫଳପ୍ରଦ ହେବ l ଏହି ଲୋକମାନେ ଆତୁର ଯାତ୍ରୀମାନଙ୍କ ଠାରୁ ଅତ୍ୟଧିକ ଉଚ୍ଚ ଦରରେ ଟିକଟ ବିକ୍ରୟ କରିଥାନ୍ତି l ଏହି ସେଲ ରେଳ ପରିସରରୁ ରେଳବାଇ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଇତ୍ୟାଦି ଭାଙ୍ଗି ପଳାଇ ଯାଉଥିବା ଅପରାଧୀ ମାନଙ୍କୁ ଧରିବାରେ ସହାୟକ ହେବ l

ମହିଳା ଓ ଶିଶୁଙ୍କ ମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ରେଲୱେ ଷ୍ଟେସନ, ଟ୍ରେନ ଓ ରେଳ ପରିସରରେ ଘଟିଥିବା ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଇତ୍ୟାଦି ଭଳି ଅପରାଧର ଡାଟା ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥା ମାନଂକୁ ମଧ୍ୟ ଅର୍ପଣ କରି ଦିଆଯିବ l ଏହି ପଦକ୍ଷେପ ନିଶ୍ଚିତ ରୂପେ ରେଳପଥରେ ଅପରାଧ ଘଟିବା ହ୍ରାସ କରି ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ ରେଳ ଯାତ୍ରାର ବାତାବରଣ ଉପଲବ୍ଧ କରାଇବା ସହିତ ରେଳବାଇ ସମ୍ପତ୍ତିକୁ ଉନ୍ନତ ନିରାପତ୍ତା ପ୍ରଦାନ କରିବ l

East Coast Rail
Share. Facebook Twitter LinkedIn Email WhatsApp Copy Link

Related Posts

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026
Latest News

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.