Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସୃଷ୍ଟି କଲା ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ
ଜାତୀୟ ଖବର

୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସୃଷ୍ଟି କଲା ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ

August 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ ।

ଏସବୁ ୬ଟି ରାଜ୍ୟରେ ୨୯୮୮ କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପ୍ରକଳ୍ପ କାର‌୍ୟ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ରାଜ୍ୟ ସରକାରମାନଙ୍କ ସହ ନିବିଡ ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଏହା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯେପରି ଏହିସବୁ ପ୍ରକଳ୍ପରେ କାମ ପାଆନ୍ତି ଏବଂ ସେମାନଙ୍କୁ ମଜୁରି ପ୍ରଦାନରେ ଯେପରି ଅନିୟମିତତା ନ ହୁଏ ତାହା ଦେଖିବା ପାଇଁ ରେଳବାଇ ମନ୍ତ୍ରୀ ଗୋୟଲ ଜୋନସ୍ତରୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯୋଜନାରେ ରେଳବାଇ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚିହ୍ନଟ କରି କାର‌୍ୟ୍ୟକାରୀ କରୁଛି । ସେଥିମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳଧାରଣା ମଧ୍ୟରେ ଓ ପାଶ୍ୱର୍ରେ ଥିବା ଜଳପଥ, ଫୁକାର ଓ ନାଳଗୁଡିକର ମରାମତି ଓ ସଫେଇ, ରେଳ ଷ୍ଟେସନକୁ ସଂଯୋଗପଥ ନିର୍ମାଣ ଓ ତାହାର ମରାମତି ତଥା ରକ୍ଷଣାବେକ୍ଷଣ, ରେଳପଥର ଏମ୍ବାକ୍‌ମେଣ୍ଟକୁ ପ୍ରଶସ୍ତ କରିବା କାର‌୍ୟ୍ୟ, ରେଳବାଇ ଜମିରେ ଆବଶ୍ୟକସ୍ଥଳେ ବୃକ୍ଷରୋପଣ ଏବଂ ରେଳପଥର ଏମ୍ବାକ୍‌ମେଣ୍ଟ/କଟିଂ ଓ ବ୍ରିଜର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ବ୍ୟାପକଭାବେ କର୍ମନିଯୁକ୍ତି ଦେବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ କାମ ଯୋଗାଇଦେବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା। କୋଭିଡ ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଶ୍ରମିକ ବିଦେଶରୁ ଫେରିଆସି ନିଜର ଗାଁ ଗଣ୍ଡାରେ ରହିଥିବାବେଳେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମ ନିର୍ମାଣ କରିବାକୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଘେନି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

୧୨୫ ଦିନ ପାଇଁ ଏହି ଅଭିଯାନ କାର‌୍ୟ୍ୟକାରୀ ହେଉଛି। ଏଥିରେ ୨୫ ପ୍ରକାର କାମ ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଥିବାରୁ ଏହି ୬ଟି ରାଜ୍ୟରେ ଏହାକୁ କାର‌୍ୟ୍ୟକାରୀ କରାଯାଉଛି। ଏଥିପାଇଁ ମୋଟ ୫୦ ହଜାର କୋଟି ଟଙ୍କାର ସମ୍ବଳ ଯୋଗାଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି।

କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି । ଏଥିରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିଚ୍ଛନ୍ନତା, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ନୂଆ ଓ ଅକ୍ଷୟ ଶକ୍ତି, ବର୍ଡର ରୋଡ୍‌ସ, ଟେଲିକମ୍ ଓ କୃଷି ଆଦି ମନ୍ତ୍ରଣାଳୟ ଓ ବିଭାଗ ଅନ୍ତର୍ଭୁକ୍ତ।

East Coast Rail indian railways ଗରିବ କଲ୍ୟାଣ ରୋଜଗାର ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

୫ ଟଙ୍କାରେ ମିଳିବ ମାଛ ଭାତ: ଏହି ରାଜ୍ୟରେ ଖୋଲିବ ୪୦୦ ସ୍ୱତନ୍ତ୍ର କ୍ୟାଣ୍ଟିନ୍

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026

କ୍ୱାଡ୍ ବୈଠକରେ ବେଜିଂ ଅସନ୍ତୁଷ୍ଟ: ଜାଣନ୍ତୁ କ’ଣ କହିଲା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ?

May 26, 2026
Latest News

ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ

May 27, 2026

ଆଇପିଏଲ୍ ବେଟିଂ: ୧୮ ଗିରଫ

May 26, 2026

ଆସନ୍ତାକାଲିଠାରୁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ

May 26, 2026

୬ କୋଟି ଠକେଇ : ୩ ବ୍ୟାଙ୍କ କର୍ମଚାରୀ ଗିରଫ

May 26, 2026

OAS ରେଜଲ୍ଟ ପ୍ରକାଶିତ : ବୁବୁନ ସାହୁ ଟପ୍ପର

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.