Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା
ଜାତୀୟ ଖବର

ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା

September 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅର୍ଚଳଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।

airtel Reliance JIO ଜିଓ ରିଲାଏନ୍ସ ଟ୍ରାଇ ଭାରତୀ ଏୟାରଟେଲ ଭୋଡାଫୋନ ଆଇଡିଆ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.