Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚିଲିକାରେ ପକ୍ଷୀ ଶିକାର: ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ
ଅପରାଧ

ଚିଲିକାରେ ପକ୍ଷୀ ଶିକାର: ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

January 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି। ସେହିପରି ଦୁଇ ଦିନ ତଳେ ଚିଲିକାରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିଲା। ଏଥିରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ସେପଟେ କେତେଜଣ ଶିକାରୀ ନିରୀହ ପକ୍ଷୀଗୁଡିକୁ ମାରି ପ୍ରକୃତି ଓ ପରିବେଶକୁ ନଷ୍ଟ କରିବାରେ ଲାଗିପଡିଛନ୍ତି। ଏମାନେ ବଣ୍ୟ ପ୍ରାଣୀ ବିଭାଗର ସମସ୍ତ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି। ଦିନରେ ବି ପକ୍ଷୀ ଶୀକାର କରିବାକୁ ପଛ ଘୁଂଚା ଦେଉ ନାହଁନ୍ତି। ପକ୍ଷୀ ମାନଙ୍କୁ କଇଁଫୁଲ କେଶରରେ ମାରାତ୍ମକ ଵିଷ ଦେଇ ଶୀକାର କରୁଥିବା ଜଣା ପଡିଛି।

ଆଜି ଜଣେ ପକ୍ଷୀ ଶୀକାରୀ ପକ୍ଷୀ ଶୀକାର କରିବା ବେଳେ ବଣ୍ୟ ପ୍ରାଣୀ ବିଭାଗ ହାତରେ ଧରାପଡିଛି। ଟାଙ୍ଗୀ ରେଞ୍ଜ ଅଧିନସ୍ଥ ଅଭିମାନପୁର ରିଂଗ୍ ବନ୍ଧର ଉଜ୍ଜଳା ଗୋପୀନାଥପୁର ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ସମ୍ପୃକ୍ତ ବିଭାଗ ଗିରଫ କରିଛି। ତା’ଠାରୁ ତିନୋଟି ମୃତ ବିଦେଶୀ ପକ୍ଷୀକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଶୀକାରୀ ଜଣକ ଗୁରୁଦେବ ସାହୁ (୩୨) ବୋଲି ଜଣାପଡିଛି। ଗୁରୁଦେବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଚିଲିକା ପକ୍ଷୀ ଶିକାର ବିଦେଶୀ ପକ୍ଷୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Latest News

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.