Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ତୋରସିଂହ ଗ୍ରାମରେ ହୋଇଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଗିରଫ
ଅପରାଧ

ବାଣପୁର ତୋରସିଂହ ଗ୍ରାମରେ ହୋଇଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଗିରଫ

April 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ସଫଳତା। ତୋରସିଂହ ଗ୍ରାମରେ ଘଟିଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାଣପୁର ପୋଲିସ। ଏ ନେଇ ଆଜି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ଚୋରି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ ଗୋପୀନାଥପୁର ଗ୍ରାମର କୁନା ରାଉତ(୨୪) ଏବଂ ପଙ୍କାଳ ଗ୍ରାମର ସୁଶାନ୍ତ କୁମାର ବରାଳ(୨୪)।

ତେବେ ଉକ୍ତ ଲୁଟ ଘଟଣାରେ ଆଉ ଜଣେ ଅଭିଯୁକ୍ତ ତପନ ବେହେରା ଫେରାର ଅଛନ୍ତି। ଉକ୍ତ ତିନି ଜଣ ଅଭିଯୁକ୍ତ ଗତ ମାସ ୩୦ ତାରିଖ ମଧ୍ୟରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ଘରେ ସ୍କାଏ ଲାଇଟ ବାଟେ ପଶି ତାଙ୍କ ଘର ଆଲମିରାରୁ ଲକ୍ଷାଧିକ ତାଙ୍କର ସୁନା ଗହଣା ଲୁଟିବା ସହ ନକଦ ପଇସା ମଧ୍ୟ ଲୁଟିନେଇଥିଲେ।

ପରବର୍ତ୍ତୀ ସମୟରେ ତିନି ଜଣ ପରସ୍ପର ମଧ୍ୟରେ ଚୋରି ଜିନିଷକୁ ବାଣ୍ଟିନେଇଥିଲେ। ତେବେ କେତେକ ଅଳଙ୍କାର ସେମାନେ ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ଥଳେ ଆଉ କେତେକ ଅଳଙ୍କାର ବାଜାଜ ଫାଇନାନ୍ସ ରେ ବନ୍ଧା ପକାଇଥିଲେ।

ଦୀର୍ଘ ପନ୍ଦର ଦିନ ହେବ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ବିଜୟ କୁମାର ମଲ୍ଲିକ ଉକ୍ତ ଘଟଣାର ଅନୁସନ୍ଧାନରେ ଲାଗିପଡ଼ିଥିବା  ସ୍ଥଳେ ଗତକାଲି ଉଭୟଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଛନ୍ତି।

ସେମାନଙ୍କ ନିକଟରୁ ୧ ଟି ସୁନା ହାର, ଏକ ଯୋଡି ସୁନା ଶଙ୍ଖା, ୧ ଟି ସୁନା ଲକେଟ, ୧ ଟି ସୁନା ମୁଦି, ଏକ ଯୋଡି ସୁନା କାନ ଫୁଲ, ୧ ଟି ସୁନା ଚେନ, ନକଦ ୨୦ ହଜାର ଟଙ୍କା, ୩ ଟି ମୋବାଇଲ ଫୋନ ଏବଂ ଗୋଟେ ମଟରସାଇକେଲ ପୋଲିସ ଜବତ କରିଛି। ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଚୋରି ଘଟଣା ତୋରସିଂହ ଗ୍ରାମ ଦୁଇ ଗିରଫ ପର୍ଦ୍ଦାଫାଶ ବାଣପୁର ଲକ୍ଷାଧିକ ଟଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026
Latest News

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.