Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଟଙ୍କାର ଠକେଇ: ରିଏଲ ଏଷ୍ଟେଟ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଗିରଫ
ଅପରାଧ

ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଟଙ୍କାର ଠକେଇ: ରିଏଲ ଏଷ୍ଟେଟ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଗିରଫ

September 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pramod Kumar Sahu, former director of 'Mishra Creations Private Limited'
Pramod Kumar Sahu, former director of 'Mishra Creations Private Limited'

ଭୁବନେଶ୍ୱର: ଫ୍ଲାଟ୍ ଯୋଗାଇଦେବା ନାଁରେ ଗ୍ରାହକଙ୍କଠାରୁ ପ୍ରାୟ ୧୫ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ରିଏଲ ଏଷ୍ଟେଟ୍ କମ୍ପାନୀ ‘ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ୍’ର ପୂର୍ବତନ ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରୁ ଗିରଫ କରିଛି। ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳର ସ୍ୱଦେଶ ରାୟ ଚୌଧୁରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଏହି ଗିରଫଦାରୀ ହୋଇଛି। ପ୍ରକାଶ ଯେ, ଏହି ଠକେଇ ମାମଲାରେ ପୂର୍ବରୁ ସଂପୃକ୍ତ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଏବଂ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କୁ ଗିରଫ କରାଯାଇସାରିଛି।

ଅଭିଯୋଗ ଅନୁଯାୟୀ, ଚନ୍ଦକା ଅଞ୍ଚଳର ଅଁଳାପାଟଣା ସ୍ଥିତ ଆବାସିକ ପ୍ରକଳ୍ପରେ ଫ୍ଲାଟ୍ ଦେବା ନାମରେ କମ୍ପାନୀ ପକ୍ଷରୁ ସ୍ୱଦେଶଙ୍କ ସମେତ ଏକାଧିକ ନିବେଶକଙ୍କୁ କ୍ରମାଗତ ଭାବେ ଠକାଯାଇଥିଲା। ୨୦୧୬ ମସିହାରେ ସ୍ୱଦେଶ ଏହି ପ୍ରକଳ୍ପରେ ଗୋଟିଏ ଫ୍ଲାଟ୍ ଅଗ୍ରୀମ ନେବା ପାଇଁ ୧୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିପାଇଁ ସେ ବ୍ୟାଙ୍କରୁ ଋଣ ନେଇ ବିଲ୍ଡର, ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଚୁକ୍ତିନାମା ଅନୁସାରେ ୩୦ ମାସ ମଧ୍ୟରେ ଫ୍ଲାଟ୍ ହସ୍ତାନ୍ତର କରାଯିବାର ନିୟମ ଥିଲେ ହେଁ ଆଜି ପର୍ଯ୍ୟନ୍ତ ନା ଫ୍ଲାଟ୍ ମିଳିଛି, ନା ଜମା ଟଙ୍କା ଫେରସ୍ତ କରାଯାଇଛି।

ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଗିରଫ ପ୍ରମୋଦ କୁମାର ସାହୁ ଚନ୍ଦକା ଆବାସିକ ପ୍ରକଳ୍ପର ପ୍ରଚାର ଓ ବିକ୍ରିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ସହ-ଅଭିଯୁକ୍ତ ଜ୍ୟୋତିରଞ୍ଜନ ମିଶ୍ର ଓ ସନ୍ତୋଷ କୁମାର ରଥଙ୍କ ସହ ମିଶି ସମ୍ଭାବ୍ୟ କ୍ରେତାଙ୍କ ସହ ଯୋଗାଯୋଗ କରିବା, ପ୍ରକଳ୍ପ ଦେଖାଇବା, ଜମା ନେବାରେ ସହାୟତା କରିବା ଏବଂ ଗୃହ ଋଣ ସମ୍ପର୍କିତ ନିୟମାବଳୀ ପୂରଣ କରିବାରେ ମୁଖ୍ୟ ମାଧ୍ୟମ ସାଜିଥିଲେ। କ୍ରେତାମାନଙ୍କ ବୟାନରୁ ମଧ୍ୟ ଗ୍ରାହକ ସଂଗ୍ରହ ଓ ଟଙ୍କା କାରବାରରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ସାମ୍ନାକୁ ଆସିଛି। ଏହା ବ୍ୟତୀତ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧୬,୫୧,୪୦୦ ଟଙ୍କା ପ୍ରମୋଦଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ପ୍ରମାଣିତ ହୋଇଛି। ଘଟଣାସ୍ଥଳରୁ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରିଛି।

୧୫ କୋଟି ଟଙ୍କାର ଠକେଇ ରିଏଲ ଏଷ୍ଟେଟ୍ କମ୍ପାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026
Latest News

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.