Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୩୫୨ ବଜ୍ରକାପ୍ତା କାତି ଜବତ: ୬ ଚୋରା ଚାଲାଣକାରୀ ଗିରଫ
ଅପରାଧ

୩୫୨ ବଜ୍ରକାପ୍ତା କାତି ଜବତ: ୬ ଚୋରା ଚାଲାଣକାରୀ ଗିରଫ

September 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
352 Pangolin Scales Seized: 6 Smugglers Arrested with Scales Weighing 2 Kilograms
352 Pangolin Scales Seized: 6 Smugglers Arrested with Scales Weighing 2 Kilograms

ଭୁବନେଶ୍ବର: ମାଲକାନଗିରି ବନ ବିଭାଗ କର୍ମଚାରୀମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସତୀଗୁଡ଼ା ନିକଟରୁ ୩୫୨ଟି ବଜ୍ରକାପ୍ତା କାତି ଜବତ କରାଯିବା ସହିତ ଏହି ବେଆଇନ କାରବାରରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ କାତିର ମୋଟ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି।

ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ଉ ସମୟରେ ବନ ବିଭାଗ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ମୋଟରସାଇକେଲ ଏବଂ ୫ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଛି।

ବିଶେଷ ସୂତ୍ରରୁ ଗୁପ୍ତ ଖବର ପାଇ ମାଥଲି ଏବଂ ମାଲକାନଗିରି ବନ କର୍ମଚାରୀମାନେ ମିଳିତ ଭାବେ ସତୀଗୁଡ଼ା ନିକଟରେ ଚଢ଼ଉ କରି ଏହି ଚୋରା ଚାଲାଣକାରୀମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଏହି ବଜ୍ରକାପ୍ତା କାତିଗୁଡ଼ିକୁ ରାଜ୍ୟ ବାହାରକୁ ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏହି ବଜ୍ରକାପ୍ତା କାତି କେଉଁଠାରୁ ଅଣାଯାଇଥିଲା, କେଉଁ ସ୍ଥାନକୁ ଚୋରା ଚାଲାଣ କରାଯାଉଥିଲା ଏବଂ ଏହି ବେଆଇନ କାରବାର ପଛରେ ଅନ୍ୟ କେଉଁମାନଙ୍କର ହାତ ରହିଛି, ସେସବୁ ଦିଗକୁ ନେଇ ବନ ବିଭାଗ ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଥିବା ମାଲକାନଗିରି ଡିଏଫଓ ଡି. ସାଇ କିରଣ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ପ୍ରିୟଙ୍କା ମହୁକା, ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ସମେତ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ବଜ୍ରକାପ୍ତା କାତି ମାଲକାନଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ

October 7, 2026

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

October 7, 2026
Latest News

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ

October 7, 2026

ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.