Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ
ଅପରାଧ

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ

September 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Old enmity sparks terror in the capital; youth subjected to a murderous group attack at the foothills of Dhauli.
Old enmity sparks terror in the capital; youth subjected to a murderous group attack at the foothills of Dhauli.

ଭୁବନେଶ୍ୱର: ପାର୍ବଣ ଋତୁରେ ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧଉଳି ଥାନା ଅଞ୍ଚଳରେ ଏକ ଭୟାନକ ଓ ସଂଘବଦ୍ଧ ଆକ୍ରମଣ ଘଟିଛି। ଗୁଣ୍ଡାରାଜ ଚଳାଇ ୨୦ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ଧଉଳି ଅଞ୍ଚଳର ରଜନୀକାନ୍ତ ନାୟକ। ସେ ପେସାରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସନ୍ଧ୍ୟା ସମୟରେ ରଜନୀକାନ୍ତ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ବସିଥିବା ବେଳେ ହଠାତ୍ ୬ଟି ଯାନବାହନରେ ୨୦ରୁ ଅଧିକ ଦୁର୍ବୃତ୍ତ ସଂଘବଦ୍ଧ ହୋଇ ସେଠାରେ ପହଞ୍ଚିଥିଲେ। ସେମାନେ ରଜନୀକାନ୍ତଙ୍କୁ ଚାରିପଟୁ ଘେରି ଯାଇ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ସଂଘବଦ୍ଧ ଆକ୍ରମଣ ଯୋଗୁଁ ରଜନୀକାନ୍ତଙ୍କ ମୁଣ୍ଡ, ପିଠି ଓ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଘଟଣା ସମ୍ପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ପୁଲିସ ଉକ୍ତ ଅଞ୍ଚଳରେ ଲଗାଯାଇଥିବା ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଗାଡ଼ିଗୁଡ଼ିକର ନମ୍ବର ଓ ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୂର୍ବ ଶତ୍ରୁତା ଯୋଗୁଁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।

ମରଣାନ୍ତକ ଆକ୍ରମଣ ରାଜଧାନୀରେ ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି, ୫୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ

October 7, 2026
Latest News

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ବାଧା ଦେଉଥିଲେ ଅଗରକର!: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

October 7, 2026

ଉତ୍ତରାଖଣ୍ଡ, ଦିଲ୍ଲୀ-ଏନସିଆର ପରେ ଅରୁଣାଚଳରେ ଭୂମିକମ୍ପ ଝଟ୍‌କା

October 7, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ରଣହୁଙ୍କାର, ଏବେ ସ୍ଥଗିତ ହେଲା CECଙ୍କ ଛତିଶଗଡ଼ ଗସ୍ତ

October 7, 2026

ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି, ୫୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା

October 7, 2026

ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.