Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଲଳିତ କଳା ଏକାଡେମୀର କର୍ମଶାଳାରେ ସାମିଲ ହେଲେ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ
ଆଜିର ଖବର

ଓଡିଶା ଲଳିତ କଳା ଏକାଡେମୀର କର୍ମଶାଳାରେ ସାମିଲ ହେଲେ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ

July 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: କରୋନା ମହାମାରୀ ସମୟରେ ସାରା ଦେଶର ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଓଡିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଅନ୍ ଲାଇନ୍ ଚିତ୍ରକଳା କର୍ମଶାଳା।

ଏହି ଚିତ୍ରକଳା କର୍ମଶାଳାରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ଯୁବ ଚିତ୍ରଶିଳ୍ପୀ ସୁଧୀର କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି। ଏହି କର୍ମଶାଳାକୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏଥିରେ ଲଳୀତ କଳା ଏକାଡେମୀର ସଚିବ ପଂଚାନନ ସାମଲ ଜୁମ୍ ମିଟ୍ କୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ନୁପଦ ସେଠୀ, ଉପସଭାପତି ଶ୍ରୀନିବାସ ପଢିଆରୀ, ସଭାପତି ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ୪ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ବେଳେ ମନୋନୀତ ଚିତ୍ରଶିଳ୍ପୀମାନେ ନିଜ ବାସଭବନରେ ରହି ଚିତ୍ର ଆଙ୍କିଥିଲେ। ଏହି ଚିତ୍ରକଳାରେ ଶିଳ୍ପୀ ସୁଧିର କୁମାର ସ୍ୱାଇଁ ଭାଗ ନେଇ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା” ଉପରେ ଆଧାରିତ ଚିତ୍ରକୁ ଆଙ୍କି ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି।

ସେହି ପରି ଗ୍ରାଫିକସ୍ କଳାରେ ୧୩ ଜଣଙ୍କ ମଧ୍ୟରୁ ସୁଧୀର ମଧ୍ୟ ମନୋନୀତ ହୋଇଛନ୍ତି। ତାଙ୍କର ଚିତ୍ରକଳାକୁ ଆର୍ଟ ଗ୍ୟାଲେରୀରେ ସ୍ଥାନ ଦିଆଯିବ। ଆଗାମୀ ରଥଯାତ୍ରା ସମୟରେ ସୁଧୀରଙ୍କ ଚିତ୍ରକଳାକୁୁ ଲୋକାର୍ପିତ କରାଯିବ।

ସୂଚନା ଥାଉକି ପୂର୍ବରୁ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ମହାମାରୀ କରୋନାକୁ ଆଧାର କରି ଚିତ୍ରକଳା ପ୍ରତିଯୋଗୀତାରେ ସୁଧୀର ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଚିତ୍ରକଳା ବିଭାଗରେ ଅଧ୍ୟାପନା କରୁଛନ୍ତି। ସେ ଭିନ୍ନ ଭିନ୍ନ ସମୟରେ ସାଂପ୍ରତିକ ଘଟଣା ବଳିକୁ ଆଧାର କରି ବିଭିନ୍ନ ଯାଗାରେ ଚିତ୍ରକଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ବହୁ ଅନୁଷ୍ଠାନରୁ ମଧ୍ୟ ଚିତ୍ରପାଇଁ ପୁରସ୍କୃତ ହୋଇଛନ୍ତି।

ଓଡିଶା ଲଳିତ କଳା ଏକାଡେମୀ କରୋନା ମହାମାରୀ ନାକଟିଦେଉଳ ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Latest News

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.