Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଭେଟ ଉତ୍ସବ କ’ଣ?: ଜାଣନ୍ତୁ ଏହାର ଲୋକ କଥା ଓ ପରମ୍ପରା
ଧର୍ମ

ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଭେଟ ଉତ୍ସବ କ’ଣ?: ଜାଣନ୍ତୁ ଏହାର ଲୋକ କଥା ଓ ପରମ୍ପରା

October 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ।

ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର ଜନପଦ ଏବଂ ରାଜନଅର ମଧ୍ୟ ସ୍ଥଳରେ ଅନୁଷ୍ଠିତ ହେଉଥିଲା। ସେଥିପାଇଁ ସେହିଠାରେ ଥିବା ଗ୍ରାମର ନାମ ଭେଟେଶ୍ୱର ହେବା ସହ ସେଠାରେ ବିରାଜିତ ଦେବ ଦେବ ମହାଦେବଙ୍କ ନାମ ଶ୍ରୀ ଭେଟିନାଥ ଦେବ ହୋଇଛି ବୋଲି ଐତିହାସିକମାନେ କହିଛନ୍ତି। କିନ୍ତୁ ଘଟଣା କ୍ରମେ ବାଣପୁର ରାଜା ପାରିକୁଦ ଠାରେ ଅବସ୍ଥାନ କରିବା ପରେ ଏହି ପ୍ରଥମାର୍ଦ୍ଧ ପୂଜା ବର୍ତ୍ତମାନ ମା’ ଭଗବତୀଙ୍କ ମନ୍ଦିର ବେଢାରେ ନିର୍ମିତ ସ୍ୱତନ୍ତ୍ର ପୂଜା ଗୃହରେ ଅନୁଷ୍ଠିତ ହେଉଛି। ଏବଂ ପବିତ୍ର ଭେଟ ଉତ୍ସବ ବାଣପୁର ବଜାରରେ କରାଯାଉଛି। ଏହି ପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ।

ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବାବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି। ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ।

ଅଧିଷ୍ଠାତ୍ରୀ ଦେବୀ ବାଣପୁର ଭେଟ ଅମାବାସ୍ୟା ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଫେକ୍ ନ୍ୟୁଜ୍ ଠାରୁ ଦୂରେଇ ରହିବାକୁ CBSE ର ପରାମର୍ଶ

February 17, 2026
Latest News

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.