Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ମା’ ଭଗବତୀ ମନ୍ଦିର ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପ ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ
ଧର୍ମ

ମା’ ଭଗବତୀ ମନ୍ଦିର ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପ ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା:

୧. ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ।

୨. ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ।

୩.ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା।

୪. ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର)

୫. ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ।

୬. ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ।

୭. ରୋଷ ଘର ଉନ୍ନତିକରଣ।

୮. ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ।

୯. ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ।

୧୦. ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର।

ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡିଆନଙ୍କ ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ।

ତେବେ ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ ଥିବାରୁ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣ୍ଡିଆନଙ୍କ ଗସ୍ତ ଉପଲକ୍ଷେ ସମଗ୍ର ବାଣପୁର ସହରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  ଭଗବତୀ ମନ୍ଦିର ଗସ୍ତ ସାରି ପାଣ୍ଡିଆନ ଭୁଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ପରିଦର୍ଶନକୁ ଯାଇଛନ୍ତି।

ନବୀନ ପଟ୍ଟନାୟକ ପ୍ରସିଦ୍ଧ ଶକ୍ତିପିଠ ବାଣପୁର ଭି.କେ ପାଣ୍ଡିଆନ ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.