Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ସମ୍ବଲପୁରରେ ଖେଳ ଆରମ୍ଭ କରିଦେଲେ କାର୍ତ୍ତିକ ପାଣ୍ଡିଆନ
ନିର୍ବାଚନ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ସମ୍ବଲପୁରରେ ଖେଳ ଆରମ୍ଭ କରିଦେଲେ କାର୍ତ୍ତିକ ପାଣ୍ଡିଆନ

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
pandian
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ସମ୍ବଲପୁରରେ ଖେଳ ଆରମ୍ଭ କରିଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ତେବେ ଏହି ଗରମ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ବିଜେପିର ହେଭି ୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପାଇଁ ଲଢେଇ କରିବେ। ତାଙ୍କର ଗତିବିଧିରୁ ସ୍ପଷ୍ଟ ହୋଇଛି ଯେ ସେ ସମ୍ବଲପୁକୁ ହି ନିଜର ମଇଦାନ ଭାବେ ବାଛିଛନ୍ତି।

ତେବେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ବଡ ସମର ସଜା ଆରମ୍ଭ କରିଦେଇଛି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ବିଜେଡି ନିଶ୍ଚିତ ବଡ ଗେମ କରିବ ଏବେଠାରୁ ତାହା ଜଳଜଳ ହୋଇ ଦେଖାଗଲାଣି। କାରଣ ସେହି ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବାରମ୍ବାର ଗସ୍ତ କରି ବିଜେଡିର ପ୍ରଚାର ଆରମ୍ଭ କରିଦେଲେଣି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ସେ ବାହାରେ ଯେତିକି ପରିଶ୍ରମ କରୁଛନ୍ତି ଭିତିରିଆ ମଧ୍ୟ ଆହୁରି ଅଧିକ କାମ କରୁଛନ୍ତି।

ନିକଟରେ ସମ୍ବଲପୁରର ବହୁ ପ୍ରତୀକ୍ଷିତ ମା ସମଲେଇ ପ୍ରକଳ୍ପର ଉଦଘାଟନ କରାଯାଇଛି। ଯାହା ବିଜେଡି ପାଇଁ ଏକ ବଡ ଫାଇଦା ମିଳିବ ଏଥିରେ ସନ୍ଦେହ ନାହିଁ। ଏହି ପ୍ରକଳ୍ପ ପୂର୍ବରୁ ସେ ତାହାର ତଦାରଖ କରିବା ପାଇଁ ବହୁବାର ସମ୍ବଲପୁର ଗସ୍ତ କରିଛନ୍ତି। ସେହିପରି ‘ନୂଆ- ଓ’ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ଉଦାଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ବିଜେଡିକୁ ସଶକ୍ତ କରିବାରେ ଲାଗିଛନ୍ତି। ସେଠାରୁ ଯୁବ ଭୋଟରଙ୍କୁ ଆକୃଷ୍ଠ କରିବା ଏବଂ ସରକାର ସମ୍ବଲପୁର ବିକାଶରେ କିପରି ଅଛନ୍ତି ତାହାର ହିସାବ ସେ ଗୋଟି ଗୋଟି କରି ଦେବାରେ ଲାଗିଛନ୍ତି।

ତେବେ ସବୁଠାରୁ ବଡ କଥା ହେଲା ଯେ, ସେ ଜାନୁୟାରୀ ମାସରେ ସମ୍ବଲପୁର ମାଟିରେ ଧର୍ମେନ୍ଦ୍ରଙ୍କ ନାମ ନ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସଭାରେ ନାଆଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ।

ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ତାଙ୍କ ଦ୍ବାରା ହୋଇପାରୁ ନାହିଁ।

ସେତିକି ନୁହେଁ ଧର୍ମେନ୍ଦ୍ରଙ୍କୁ ତାଚ୍ଛଲ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ କହିଥିଲେ ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନ ଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି। ଏପରି କଥା ଧର୍ମେନ୍ଦ୍ର ଶୁଣି ନିଶ୍ଚିତ ରାଗି ନାଲି ପଡିଥିବେ ଏଥିରେ ସନ୍ଦେହ ନାହିଁ।

ପୁଣି ଚଳିତ ମାସ ୧୧ ତାରିଖରେ ଭୋରରୁ ସମ୍ବଲପୁର ଗସ୍ତ କରିଥିଲେ ପାଣ୍ଡିଆନ। ସେଠାରେ ଜନସମାଗମରେ ପ୍ରାୟ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ହିସାବ ରଖିଲେ। ସମ୍ବଲପୁର ପାଇଁ ଟଙ୍କାର ବର୍ଷା କଲେ ପାଣ୍ଡିଆନ। ସେତିକି ନୁହେଁ ସେଠାରେ ବିଶାଳ ଜନସମାଜକୁ ଉଦବୋଧନ ମଧ୍ୟ ଦେଇଥିଲେ।

ସେହି ଗସ୍ତ ସମୟରେ ପାଣ୍ଡିଆନ ସେଠାକାର ଯୁବକମାନଙ୍କ ସହିତ କ୍ରିକେଟ ମଧ୍ୟ ଖେଳିଥିଲେ। ସେ ଖୁସିରେ ଖେଳ ଖେଳିଥିଲେ ମଧ୍ୟ ତାହା ରାଜ୍ୟ ରାଜନୀତିରେ ଥିଲା ବେଶ ଗରୁତ୍ବପୂର୍ଣ୍ଣ। ପରୋକ୍ଷରେ ସେ ଧର୍ମେନ୍ଦ୍ରଙ୍କୁ ଚେତେଇ ଦେଲେ ଯେ, ତମେ ଖେଳିବାକୁ ଚିନ୍ତା କରୁଥିବା ବେଳେ ଆମେ ଖେଳ ଆରମ୍ଭ କରିଦେଲାଣୁ।

Election2024 KartikPandian କାର୍ତ୍ତିକପାଣ୍ଡିଆନ ନିର୍ବାଚନ2024 ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.