Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ
ନିର୍ବାଚନ ଖବର

ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

March 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି।

ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ଚର୍ଚ୍ଚା ହେବାର କାରଣ ହେଉଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ ହିଁ ଜଣାଇଛନ୍ତି ଉଭୟ ନିର୍ବାଚନ ଲଢିବେ। ଜଟଣୀରେ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ଜନସଭା ପରେ ଶରତ ପଟ୍ଟନାୟକ ଏହା କହିଛନ୍ତି। ସେଠାରେ ସେ ସୁରେଶ ରାଉତରାୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସଂଗଠନ ଅଛି ବୋଲି ଅନୁଭବ କଲେ। ଜଟଣୀରେ ତାଙ୍କ ପୁଅ ଅପେକ୍ଷା ବାପା ସୁର ରାଉତରାୟଙ୍କୁ ଲୋକେ ବହୁତ ଭଲ ପାଉଛନ୍ତି ବୋଲି ଶରତ ଜାଣିବାକୁ ପାଇଲେ।

ଏହାପରେ ସେ ଭୁବନେଶ୍ବର ଆସି ଅନ୍ୟମାନଙ୍କୁ କହିଲେ ଯେ, ଜଟଣୀରୁ ସୁରେଶ ରାଉତରାୟ ଛିଡା ହେବେ। କାରଣ ସେଠାକାର ଲୋକେ ସେ ଛିଡା ହୁଅନ୍ତୁ ବୋଲି ଚାହୁଛନ୍ତି। ଆମେ ସୁର ଭାଇଙ୍କୁ ଅନୁରୋଧ କରିବୁ ସେ ଏଥର ନିର୍ବାଚନରେ ଜଟଣୀ ବିଧାନସଭାରୁ ଲଢେଇ କରନ୍ତୁ। ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ବରିଷ୍ଠ ନେତା ନରିସଂହ ମିଶ୍ରଙ୍କୁ ମଧ୍ୟ ଲୋକେ ଚାହୁଛନ୍ତି। ତାଙ୍କୁ ମଧ୍ୟ ଏଥର ଛିଡା କରିବା ପାଇଁ ଅନୁରୋଧ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ କଂଗ୍ରେସ ବେଶ ପୁରୁଖା ନେତା ହେଉଛନ୍ତି ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଉଭୟଙ୍କର ତ୍ରୁଣମୂଳ ସ୍ତରରେ ରହିଛି ସୁଦୃଢ ସଂଗଠନ। ହେଲେ ବୟସ ହୋଇଯାଇଥିବାରୁ ଉଭୟ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏପରିକି ଉଭୟ ସେମାନଙ୍କର ପୁଅଙ୍କୁ କଂଗ୍ରେସ ଟିକେଟ ଦେଉ ବୋଲି ଅନୁରୋଧ କରିଛନ୍ତି। ଏଥିରେ କଂଗ୍ରେସ ଦଳ ମଧ୍ୟ ରାଜି ହୋଇଥିବାର ଜଣାପଡିଛି। ହେଲେ ପରିସ୍ଥିତି ଦେଖି ବର୍ତ୍ତମାନ ଦଳ ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଥିବାର ଲକ୍ଷ୍ୟ କରାଯାଇଛି।

Election2024 odishaelection2024 କଂଗ୍ରେସ ନରସିଂହ ମିଶ୍ର ନିର୍ବାଚନ2024 ପ୍ରଦାଶ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସୁରେଶ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.