Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବର୍ତ୍ତମାନ ସୁଦ୍ଧା ଦାମ ରାଉତ ନାମାଙ୍କନ ପତ୍ର ଦାଖଲ ନ କରିବା କାରଣ କଣ ? ତାଙ୍କର ଭୂମିକା ନେଇ ଜଗତସିଂହପୁର ଜିଲ୍ଲାରେ ସନ୍ଦେହ
ବିଶେଷ ଖବର

ବର୍ତ୍ତମାନ ସୁଦ୍ଧା ଦାମ ରାଉତ ନାମାଙ୍କନ ପତ୍ର ଦାଖଲ ନ କରିବା କାରଣ କଣ ? ତାଙ୍କର ଭୂମିକା ନେଇ ଜଗତସିଂହପୁର ଜିଲ୍ଲାରେ ସନ୍ଦେହ

April 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Damodar Raut in dilemma stage
Damodar Raut in dilemma stage

ସମୀକ୍ଷା ବ୍ୟୁରୋ

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ବର୍ତ୍ତମାନ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଣ ବର୍ତ୍ତମାନ ଦାମ କଣ କରିବେ ସେ ନେଇ କିଛି ନିଷ୍ପତି ନେଇପାରୁ ନାହାଁନ୍ତି। ବିଜେପିରୁ ଟିକେଟ ପାଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ନା ନାମାଙ୍କନ ଦାଖଲ କରିଛନ୍ତି ନା ବିଜେପି କର୍ମିଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ଦ୍ବଦଲ୍ୟମାନ ସ୍ଥିତିରେ ପଡିଛନ୍ତି ଦାମୋଦର ରାଉତ। ଗୋଟିଏ ପଟେ ପୁଅ ସମ୍ବିତ ରାଉତରାୟ ଅନ୍ୟପଟେ ବିଜେପି ଦଳ ଏବଂ ତାଙ୍କର ପ୍ରାର୍ଥୀତ୍ବ, ଏସବୁ ଭିତରେ ଦାମ ପେଶି ହେବାରେ ଲାଗିଛନ୍ତି। ଦାମ ବିଜେପିରେ ଯୋଗଦେବା ପରେ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଦେଇଛନ୍ତି ସତ, ହେଲେ ତାହା ତାଙ୍କ ପାଇଁ ଲାଭଦାୟ ସାବ୍ୟସ୍ତ ହୋଇପାରୁ ନାହିଁ । ପ୍ରଥମତଃ ସେ ବାଲିକୂଦା ଏରସମାର ବିଧାୟକ ଟିକେଟ ହାସଲ କରିଥିବା ବେଳେ ଅନ୍ୟପଟେ ସେ ଦଳର ପ୍ରଚାର କମିଟ ଦାୟିତ୍ବ ମଧ୍ୟ ଦିଆଯାଇଛି। ନିଜ ନିର୍ବାଚନ ମଣ୍ଡଳି ସହ ରାଜ୍ୟର ଅନ୍ୟସ୍ଥାନକୁ ମଧ୍ୟ ସେ ପ୍ରଚାରରେ ଯିବା କଥା। ହେଲେ ଟିକେଟ ମିଳିବା ପରେ ସେ ବର୍ତ୍ତମାନ ଯେପରି ସକ୍ରିୟ ହେବା କଥା ତାହା ପରିଲକ୍ଷିତ ହେଉନାହିଁ। ପ୍ରକୃତ କଥା ହେଲା ସେ ଭାବି ଥିଲେ ଯେ, ବିଜେପିରେ ଯୋଗଦେବା ପରେ ବିଜେଡି ତାଙ୍କ ପରିବାରକୁ ସଂପୂର୍ଣ୍ଣ ଭୂଲିଯିବ। ଯାହାଦ୍ବାରା ସେ ଅନାୟସରେ ବିଜେପି ପାଇଁ ପ୍ରଚାର କରିପାରିବେ। ହେଲେ ନବୀନ ଯେଉଁ ଦୁଇଟି ମାଷ୍ଟର ଷ୍ଟ୍ରୋକ ଖେଳିଲେ ତାହା ତାଙ୍କ ପାଇଁ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।

ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେଇ ପ୍ରଥମ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନ ଦାମଙ୍କ ଗଡ ପାରାଦ୍ବୀପରେ ତାଙ୍କ ପୁଅଙ୍କୁ ଟିକେଟ ଦେଲେ। ଆଉ ଏକ ଘଟଣା ହେଲା ଦାମଙ୍କ ପତ୍ନୀଙ୍କ ବିୟୋଗ ସମୟରେ ନିଜେ ନବୀନ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଏହି ଦୁଇ ଘଟଣା ପରେ ଦାମଙ୍କ ମନରେ କୁଆଡେ ପରିବର୍ତ୍ତନ ଆସିଯାଇଛି ବୋଲି ଶୁଣାଯାଉଛି। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ବିଜେଡି ବିରୋଧରେ ସେ ପ୍ରଚାର କରିବା କାହିଁକି କେଉଠି ତାଙ୍କ ବିବେକ ବାଧା ଦେଉଛି। ସେ ନେଇ ବର୍ତ୍ତମାନ ଦାମ କୁଆଡେ ମାନସ ମନ୍ଥନ କରୁଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ବର୍ତ୍ତମାନ ସବୁ ନେତା ଦଳୀୟ ଟିକେଟ ମିଳିବା ପରେ ସେମାନେ ବୈଠକ କରିବାଠାରୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ ଜୋର କରିସାରିଲେଣି। ହେଲେ ଦାମୋଦର ରାଉତଙ୍କୁ ଟିକେଟ ମିଳିବା ପରେ ସେ ନାଁ ବିଜେପି କର୍ମିଙ୍କ ସହିତ କଥା ହେଉଛନ୍ତି ନା ସେ କର୍ମିଙ୍କୁ ଡାକି ବୈଠକ କରୁଛନ୍ତି। ଏପରି ସ୍ଥିତିରେ ଏରସମା ବାଲିକୂଦା ବିଜେପି କର୍ମିମାନେ ମଧ୍ୟ ବଡ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି। ଭିତିରିଆ ଖବର ଅନୁସାରେ ଦାମ ବର୍ତ୍ତମାନ ନିଜ କଥା ଛାଡି ପୁଅ ପାଇଁ କୁଆଡେ କର୍ମିମାନଙ୍କ ସହିତ ଅଲୋଚନା କରୁଥିବାର ଜଣାପଡିଛି। ସମ୍ବିତ କିପରି ନିଜ ଗଡରେ ସ୍ଥିତି ବଜାଇ ରଖି ବହୁ ଭୋଟରେ ଜିତିବେ ସେଥିପାଇଁ ଦାମ କୁଆଡେ ଗୁପ୍ତ ମନ୍ତ୍ରଣା କରୁଥିବାର ମଧ୍ୟ ଜଣାପଡିଛି। ତେବେ ସମ୍ବିତ 8 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବା ଭିତରେ ଦାମଙ୍କ ଭୂମିକା କଣ ରହିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି।

( ମୋବାଇଲରେ ଫାଟଫଟ ଖବର ଜାଣିବା ପାଇଁ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ sankhipta app )

 

BJD BJP dama raut election jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.