Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ରାଜନୀତିରେ ନବୀନଙ୍କ ନିଷ୍ପତି ସୃଷ୍ଟି କଲା ହଇଚଇ, ଏପଟେ ରାଜ୍ୟ ବିଜେପିର ମୁହଁ ମଧ୍ୟ ବନ୍ଦ
ଜାତୀୟ ଖବର

ଜାତୀୟ ରାଜନୀତିରେ ନବୀନଙ୍କ ନିଷ୍ପତି ସୃଷ୍ଟି କଲା ହଇଚଇ, ଏପଟେ ରାଜ୍ୟ ବିଜେପିର ମୁହଁ ମଧ୍ୟ ବନ୍ଦ

May 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ରାଜନୀତିରେ ନବୀନଙ୍କ ନିଷ୍ପତି ସୃଷ୍ଟି କଲା ହଇଚଇ, ଏପଟେ ରାଜ୍ୟ ବିଜେପିର ମୁହଁ ମଧ୍ୟ ବନ୍ଦ

ଭୁବନେଶ୍ବର, ସାରା ଦେଶରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରସଂଶା ସହିତ ଚର୍ଚ୍ଚା ମଧ୍ୟ ଚାଲିଛି। ତାହା ହେଲା ଯେ, ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ନବୀନ ପଇସାଟିଏ ମଧ୍ୟ ଦାବୀ କଲେ ନାହିଁ। ସାଧାରଣତଃ ବାତ୍ୟା ହେଉ କିମ୍ବା ବନ୍ୟା, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟମାନେ କେନ୍ଦ୍ର ପାଖରେ  କ୍ଷତିପୂରଣ ପାଇଁ ସହାୟତା ରାଶି ଦାବୀ କରିଥାନ୍ତି। ପ୍ରଥମ ଥର ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଏପରି ଜଣେ ବ୍ୟକ୍ତି ଯେ କି ସିଧାସିଧା ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତାର ଆବଶ୍ୟକ ନାହିଁ ବୋଲି କହିଥିଲେ। ତେବେ ସେତେବେଳେ ଏହାର କାରଣ କଣ ବୋଲି ହଠାତ୍ କେହି ଜାଣିପାରିଲେ ନାହିଁ।

ଏହାର କିଛି ସମୟ ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଯାହା ଲେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନବୀନ ଟୁଇଟ କରି ଜଣାଇଲେ ଯେ, ବର୍ତ୍ତମାନ ମହାମାରି ନେଇ କେନ୍ଦ୍ର ସରକାର ଚାପରେ ଅଛନ୍ତି। ସେପରି କ୍ଷେତ୍ରରେ ରାଜ୍ୟ ସରକାର ତାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ। ଯାହା କିଛି କ୍ଷତି ହୋଇଛି ତାହା ରାଜ୍ୟ ତରଫରୁ ଭରଣା କରାଯିବ। ନବୀନଙ୍କ ଏପରି ମହନୀୟତା ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା । ନୀବନଙ୍କ ଏପରି ନିଷ୍ପତି ଟୁଇଟରେ ଦିନ ତମାମ ଟ୍ରେନଣ୍ଡିଂ ମଧ୍ୟ ହୋଇଛି।

ତେବେ ପଶ୍ଚିମବଂଗ ଘଟଣାକୁ ନେଇ ନବୀନଙ୍କ ଏପରି ନିଷ୍ପତି ଜାତୀୟ ସ୍ତରରେ ଆହୁରି ଯୋରଦାର ହୋଇଗଲା। ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ନବୀନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ହେଲେ ପଶ୍ଚିମବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଡେରିରେ ଆସି ଶିଘ୍ର ପଳାଇଲେ। ଫଳରେ  କୋଲକତାରେ ସରକାରଙ୍କ ପାଇଁ ପଡିଥିବା ଆସନ ଖାଲି ଥିବା ଏବଂ ଓଡିଶାରେ ସରକାରଙ୍କ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ବସିଥିବାର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଳରେ ଜାତୀୟ ସ୍ତରର ନବୀନଙ୍କ ଭାବମୂର୍ତ୍ତିକୁ ଏହି ଘଟଣା ଆହୁରି ଉଚ୍ଚକୁ ନେଇଯାଇଛି।

ନବୀନଙ୍କ ଏପରି ନିଷ୍ପତିରେ ରାଜ୍ୟ ବିଜେପିର ମୁହଁ ବନ୍ଦ

ନବୀନଙ୍କ ଏହି ନିଷ୍ପତି ଜାତୀୟ ସ୍ତରରେ ପ୍ରଶଂସା ହୋଇଛି ସତ, ହେଲେ ଅନ୍ୟପକ୍ଷରେ ବିରୋଧୀ ବିଜେପି ନେତାଙ୍କ ମୁହଁ ମଧ୍ୟ ବନ୍ଦ କରିବାରେ ସକ୍ଷମ ହୋଇଛି। କାରଣ ଯଦି ନବୀନ ପଟ୍ଟନାୟକ କିଛି ସହାୟତା ରାଶି ମାଗି ଥାଆନ୍ତେ ଆଉ କେନ୍ଦ୍ର ସରକାର ତାହା ପୂରଣ କରିଦେଇଥାଆନ୍ତେ ତେବେ ରାଜ୍ୟ ବିଜେପି ବାହାବା ନିଶ୍ଚିତ ନେଇ ଥାଆନ୍ତେ। ଦଳର ଯେପରି ସାମାଜିକ ଗଣମାଧ୍ୟମ ସକ୍ରିୟ ଅଛି ସେଥିରେ ପୁରା ମାଇଲେଜ ଉଠାଇଥାଆନ୍ତା ବିଜେପି। ହେଲେ ତାହା ହୋଇପାରିଲା ନାହିଁ।

ଦ୍ବିତୀୟରେ ପ୍ରଧାନମନ୍ତ୍ରୀ ଓଡିଶାର ବାତ୍ୟା ପରିଚାଳନା ନେଇ ବେଶ୍ ସନ୍ତୁଷ୍ଠ ହେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ଏହାଦ୍ବାରା ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ଉପରେ କାଦୁଅ ଫିଙ୍ଗା ଖେଳଟି ଆଉ ଖେଳିପାରିଲେ ନାହିଁ। କହିବାକୁ ଗଲେ ନବୀନଙ୍କ ଏହି ମାଷ୍ଟ୍ରର ଷ୍ଟ୍ରୋକରେ ରାଜ୍ୟ ବିଜେପିର ମଙ୍ଗୁଆଳମାନେ ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି। କିମ୍ବା ସିଧା କହିଲେ ନବୀନ ସେମାନଙ୍କୁ ଚୁପ କରାଇ ଦେଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ମାଇଲେଜ ବିଜେପିକୁ ନ ଯାଇ ସିଧା ବିଜେଡି ଖାତାରେ ଜମା ହୋଇଯାଇଛି।

ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦି ବାତ୍ୟା ୟଶ୍ ବାତ୍ୟା ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026
Latest News

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.