Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ସମ୍ବାଦପତ୍ରର ମୁଖ୍ୟ ଭୂମିକା ଥିଲା, ପ୍ରଦୋଷ ପଟ୍ଟନାୟକ
ବିଶେଷ ଖବର

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ସମ୍ବାଦପତ୍ରର ମୁଖ୍ୟ ଭୂମିକା ଥିଲା, ପ୍ରଦୋଷ ପଟ୍ଟନାୟକ

August 25, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ସମ୍ବାଦପତ୍ରର ମୁଖ୍ୟ ଭୂମିକା ଥିଲା, ପ୍ରଦୋଷ ପଟ୍ଟନାୟକ

ଭୁବନେଶ୍ୱର,  ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଏବଂ ଜାତୀୟତାବାଦ ସୃଷ୍ଟି କରିବାରେ ସମ୍ବାଦପତ୍ରର ମୁଖ୍ୟ ଭୂମିକା ଥିଲା । ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୪ତମ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ସଂପାନ ୭୫ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ।

କୁଜିବର, ଉତ୍କଳ ଦୀପିକା, ବୋଧଦାୟିକା, ଆଶା, ସମାଜ, ପ୍ରଜାତନ୍ତ୍ର, ଦେଶକଥା, ସାରଥି ଇତ୍ୟାଦି ସାପ୍ତାହିକ ଏବଂ ଦୈନିକ ଖବର କାଗଜ କିପରି ଜନଜାଗରଣ ସୃଷ୍ଟି କରିଥିଲା, ସେ ବିଷୟରେ କ୍ରମାନୁସାରେ ବିଶଦ୍‌ ଭାବରେ ବର୍ଣ୍ଣନା କରିଥିଲେ । ବକ୍ତବ୍ୟର ପ୍ରାରମ୍ଭରେ କଟକର କୁଜିବର ଗ୍ରାମ ମହନ୍ତ ସାଧୁ ସୁନ୍ଦର ଦାଶ କିଭଳି ୧୮୨୨ ମସିହାରେ କୁଜିବର ପତି୍ରକାର ପ୍ରାରମ୍ଭ କରିଥିଲେ , ସେ ବିଷୟରେ ଆଲୋକପାତ କରିଥିଲେ । ଏହା ହେଉଛି ଓଡ଼ିଶାର ପ୍ରଥମ ପତି୍ରକା ।

ଏହାପରେ ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଜନ୍ମଲାଭ କରିଥିବା ପତି୍ରକା ଉତ୍କଳ ଦୀପିକା ଦୀର୍ଘ ୭୦ ବର୍ଷ ଧରି ୧୯୩୪ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଯଦିଓ ଏହାର ଭୂମିକା ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ବିଶେଷ ସହାୟକ ହୋଇ ନଥିଲା ତଥାପି ଓଡ଼ିଶାର ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ପତି୍ରକା କିଛି ମାତ୍ରାରେ ଲୋକମାନଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ସଫଳ ହୋଇଥିଲା । ଏହାପରେ ସାପ୍ତାହିକ ସମାଜର ଜନ୍ମ ଅକ୍ଟୋବର, ୪ ବିଜୟା ଦଶମୀ ଦିନ ହୋଇଥିଲା । ଯାହା ଭାରତର ସ୍ୱାଧୀନତା ସଂଗ୍ରାମକୁ ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ପତ୍ରିକା ଯୋଗୁଁ ମହାତ୍ମା ଗାନ୍ଧୀଙ୍କ ୧୯୨୧ ମସିହାରେ କଟକ ବାଲିଯାତ୍ରା ପଡ଼ିଆ ସଭା ବହୁମାତ୍ରାରେ ସଫଳ ହୋଇଥିଲା ।

୧୯୨୩ ମସିହାରେ ୨୪ ବର୍ଷ ବୟସରେ ରେଭେନ୍ସା କଲେଜରୁ ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିଲା ସାପ୍ତାହିକ ପ୍ରଜାତନ୍ତ୍ର । ୧୯୩୦ ମସିହାରେ ବାଲେଶ୍ୱରରୁ ଦୈନିକ ଭାବରେ ଏହା କିଛି ଦିନ ପ୍ରକାଶ ପାଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରଜାତନ୍ତ୍ରର ଅବଦାନ ଅତୁଳନୀୟ । ଏହି ଅବସରରେ ସେ ଡ. ହରେକୃଷ୍ଣ ମହତାବଙ୍କ ‘ଚଷାଭାଇର ଶୋକ’ କବିତା କିଭଳି ବହୁଚର୍ଚ୍ଚିତ ହୋଇଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ସଂପାନର ମୁଖ୍ୟ ଅତିଥି ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଉଦ୍‌ବୋଧନରେ କହିଥିଲେ ଯେ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନରେ ଯେଉଁସବୁ ତଥ୍ୟ ଆଜି ଇତିହାସ ଓ ଦସ୍ତାବିଜ୍‌ ଭାବରେ ଆମ୍ଭମାନଙ୍କ ନିକଟରେ ଉପଲବ୍ଧ ଅଛି, ସେସବୁ ତତ୍କାଳୀନ ସମ୍ବାଦପତ୍ର ପୃଷ୍ଠାମାନଙ୍କ ଅବଲମ୍ବନରେ ଇତିହାସରେ ସ୍ଥାନ ପାଇଛି । ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ସମସ୍ତ ବିବରଣୀ, ସଂଗ୍ରାମୀମାନଙ୍କର ତ୍ୟାଗ ଓ ଅସୀମ ଅବଦାନ ଇତ୍ୟାଦି ସେତେବେଳେ ସମ୍ବାଦପତ୍ରଗୁଡ଼ିକରେ ପ୍ରସାରିତ ହୋଇଥିଲା, ଆଜି ସେସବୁ ଆମ ପାଖରେ ପହଞ୍ଚିପାରିଛି ।

ଓଡ଼ିଶାର ବାଲେଶ୍ୱର, କଟକ, ମୟୂରଭଞ୍ଜ, ଦେବଗଡ଼, ପାରଳାଖେମୁଣ୍ଡି, ସମ୍ବଲପୁର ଇତ୍ୟାଦି ସ୍ଥାନରୁ ସମ୍ବାଦପତ୍ରମାନ ପ୍ରକାଶ ପାଇଥିଲା । ବିଶେଷ କରି ଆଶା, ନବୀନ, ଉତ୍କଳ ଦୀପିକା, ସମ୍ବଲପୁର ହିତୈଷିଣୀ, ସତ୍ୟବାଦୀ, ସମାଜ, ପ୍ରଜାତନ୍ତ୍ର ଇତ୍ୟାଦି ଓଡ଼ିଆ ସମ୍ବାଦପତ୍ର ଇତ୍ୟାଦି ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ନିଚ୍ଛକ ଚିତ୍ର ଉପସ୍ଥାପନ କରିଥିଲେ ବୋଲି ସେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସ୍ୱାଧୀନତା ଆନ୍ଦୋଳନ ସଂପର୍କିତ ତଥ୍ୟ, ବିବରଣୀ, ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଗସ୍ତ, ଚିଠିପତ୍ର, ଲୋକସମୂହର ଯୋଗଦାନ, ସତ୍ୟାଗ୍ରହ, ଅସହଯୋଗ, ନିର୍ଯାତନା ତଥା ଅତ୍ୟାଚାର ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ଓ ତଥ୍ୟ ପ୍ରଦାନ ସମ୍ବାଦପତ୍ରଗୁଡ଼ିକ ଅଧିକ ଲୋକଙ୍କୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ୍‌ ଅଲ୍ଲୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଭିଲେଖାଗାରର ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜାଦି କା ଅମୃତ ମହୋତ୍ସବ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପ୍ରଦୋଷ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.