Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଓ ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ବିଶେଷ ଖବର

ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଓ ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

September 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଓ ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମାଧ୍ୟମରେ ଓଡ଼ିଶା ସରକାର ଏବଂ ବିଲ୍‌ ଓ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ରାଜ୍ୟରେ ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କର ଜୀବନଜୀବିକାର ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ଓ କୃଷି ପ୍ରଗତି ନିମନ୍ତେ ଅଧିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ଓ ସୃଜନଶୀଳ କାର୍ଯ୍ୟକ୍ରମ ଦ୍ୱାରା କ୍ଷୁଦ୍ର ଚାଷୀଙ୍କ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିପାରିବ । କୃଷିକୁ ଚିରପୋଷଣୀୟ କରିବା, ବଜାର ଦକ୍ଷତା ବୃଦ୍ଧି, ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡ଼ି ଆଶଙ୍କା କମାଇବା, କୀଟ ଆକ୍ରମଣ ଓ ଅନ୍ୟ ଜଳବାୟୁଜନିତ ବିପଦକୁ ହ୍ରାସ କରିବା, ମୃତ୍ତିକା ଓ ଜଳସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦିରେ ନିଷ୍ପତ୍ତି ଗ୍ରହଣ କରିବାରେ ଆବଶ୍ୟକ ହେଉଥିବା ତଥ୍ୟ ବ୍ୟବହାରକୁ ଗେଟ୍‌ସ ଫାଉଣ୍ଡେସନ୍‌ ତ୍ୱରାନ୍ୱିତ କରିବ । ତା’ଛଡ଼ା ନୀତି ରୂପାୟନରେ ଏହା ସହାୟକ ହେବ। ଜଳବାୟୁ ଉପଯୋଗୀ, ସମନ୍ୱିତ କୃଷି ଅର୍ଥନୀତି ସୃଷ୍ଟି ହେବା ଦ୍ୱାରା ଓଡ଼ିଶାର ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ରୂପାନ୍ତରଣ ଆସିପାରିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶୀ ନେତୃତ୍ୱରେ ଓଡ଼ିଶାର କୃଷି କ୍ଷେତ୍ର ସମ୍ଭାବ୍ୟ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଅଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କ୍ଷୁଦ୍ର ଉତ୍ପାଦନକାରୀଙ୍କ ପାଇଁ ଏକ ବିସ୍ତୃତ ସାମାଜିକ-ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଅଛି । କୃଷକଙ୍କ ଆୟ ବୃଦ୍ଧି ଓ ପ୍ରାଣୀସଂପଦ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହି ବୁଝାମଣାପତ୍ର ମାଧ୍ୟମରେ ଗେଟ୍‌ସ ଫାଉଣ୍ଡେସନ୍‌ ଓ ଏହାର ଭାଗୀଦାରମାନେ ଡାଟା ସିଷ୍ଟମ୍‌, ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ ।

ଏହି ଅବସରରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଆମ ସରକାର ଚାଷ ଜମି, ପ୍ରାଣୀସଂପଦ, ଜଙ୍ଗଲ ଓ ମତ୍ସ୍ୟ ଉତ୍ପାଦନ ପରିଚାଳନା ନିମନ୍ତେ ଏକ ସମନ୍ୱିତ ପଦ୍ଧତି ଗ୍ରହଣ କରି ଆସିଥିବାବେଳେ ଖାଦ୍ୟ ନିରାପତ୍ତା ଓ ଜଳବାୟୁ ପରିବର୍ତ୍ତନ ସହିତ ଅନ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି । ଭୂମିହୀନ ଶ୍ରମିକ, କ୍ଷୁଦ୍ର ଚାଷୀ ଓ ମହିଳାଙ୍କ ସମେତ ସମସ୍ତ ଚାଷୀଙ୍କର ଜୀବନଧାରାରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଆମ ସରକାର ବଦ୍ଧପରିକର । ଗେଟ୍‌ସ ଫାଉଣ୍ଡେସନ୍‌ର ସହଯୋଗରେ ଆମେ ବିଶ୍ୱର ଶ୍ରେଷ୍ଠ ପଦ୍ଧତି, ସର୍ବଶ୍ରେଷ୍ଠ ପ୍ରଯୁକ୍ତି ଓ ଅଭିନବ କୌଶଳ ଲାଭ କରିପାରିବୁ । ଏହା ଦ୍ୱାରା ଗ୍ରାମୀଣ ଲୋକଙ୍କ ପାଇଁ ସୂଚନା, ଦ୍ରବ୍ୟ, ସେବା ଓ ଭାଗୀଦାରିକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ ।

ବିଲ୍‌ ଓ ମେଲିଣ୍ଡା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ଅଲକେଶ ୱାଧୱାନୀ କହିଲେ, ଓଡ଼ିଶା କ୍ଷୁଦ୍ର ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କୁ ଆମେ ସହଯୋଗ ଯୋଗାଇ ଦେବୁ । ଫାଉଣ୍ଡେସନ୍‌ ଓଡ଼ିଶା ସରକାରଙ୍କ ସହିତ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରରେ ଅଧିକ ମୂଲ୍ୟଯୁକ୍ତ ଫସଲର ବିବିଧିକରଣ, କୃଷକ ଉତ୍ପାଦନକାରୀ ସଂଘଗୁଡ଼ିକର ସୁଦୃଢ଼ୀକରଣ ବଜାର ସୁବିଧା ସୃଷ୍ଟି, ଡିଜିଟାଲ୍‌ ସଂପ୍ରସାରଣ, ଭବିଷ୍ୟତ ପ୍ରଯୁକ୍ତି ଓ ସମନ୍ୱିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଡାଟାବେସ୍‌ ସୃଷ୍ଟି ଉପରେ ଏହା କାର୍ଯ୍ୟ କରିଆସୁଛି ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ କୁମାର ଅଗ୍ରୱାଲ ଏହି ଉପକ୍ରମ କୃଷି ଓ କୃଷକମାନଙ୍କ ଉନ୍ନତି ଦିଗରେ କାମ କରିବା ସହ ଚଳନ୍ତି ପ୍ରକ୍ରିୟାକୁ ଅଧିକ ଗତି ପ୍ରଦାନ କରିବ ବୋଲି କହିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଏହି ଅବସରରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ବିଭାଗ ତରଫରୁ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଓ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ବିଲ୍‌ ଓ ମିଲିଣ୍ଡା ଫାଉଣ୍ଡେସନ୍‌ ତରଫରୁ ଡ. ଅଲକେଶ ୱାଧୱାନୀ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ନିପାଣିଆ ଗ୍ରାମର ଶ୍ରୀମତୀ ନିରୁପମା ମହାନ୍ତ, ରାୟଗଡ଼ା ଜିଲ୍ଲା କୋଲନାରା, ଜଗତଜନନୀ ଏସ୍‌ଏଚ୍‌ଜିର ଶ୍ରୀମତୀ କୁମାରୀ କାଡ୍ରାକା, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବଡ଼କୁମାରୀ ଗ୍ରାମର ମାଉଲିମା ଖାଦ୍ୟ ଉତ୍ପାଦକ ସଂଘର ସଦସ୍ୟ ମକାଚାଷୀ ଶ୍ରୀ ତୁଳାରାମ ବିନ୍ଧାଣୀ ଓ ବୀରସିଂହ ଭତ୍ରା ସେମାନଙ୍କ କୃଷି କାର୍ଯ୍ୟରେ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ପରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ମେଲିଣ୍ଡା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ଅଲକେଶ ୱାଧୱାନୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଫାଉଣ୍ଡେସନ୍‌ର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ନିଧିନାଥ ଶ୍ରୀନିବାସଙ୍କୁ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ଗେଟ୍‌ସ ଫାଉଣ୍ଡେସନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026
Latest News

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.